କୁନି ଚିତ୍ରଶିଳ୍ପୀ ଶୁଭ୍ରାଂଶୁ ପ୍ରଜ୍ୱଳ : ଚିତ୍ର ଆଙ୍କିବାରେ ଓସ୍ତାଦ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଭେଉଁରିଆ ଗ୍ରାମର ଚତୁର୍ଥ ଶ୍ରେଣୀରେ ପାଠ ପଢ଼ୁଥିବା ୯ ବର୍ଷର ଛାତ୍ର ଶୁଭ୍ରାଂଶୁ ପ୍ରଜ୍ୱଳ ସାହୁ ଚିତ୍ର ଆଙ୍କିବାରେ ନିଜର ସିଦ୍ଧହସ୍ତତା ପ୍ରତିପାଦନ କରିବାରେ ଲାଗିଛନ୍ତି ।

ଶୁଭ୍ରାଂଶୁଙ୍କ ବାପା ପ୍ରଦୀପ କୁମାର ସାହୁ ଏବଂ ମା’ ଯାଜ୍ଞସେନୀ ସାହୁ ମଧ୍ୟ ଶୁଭ୍ରାଂଶୁଙ୍କ ଚିତ୍ରକଳା ଦିଗରେ ବିଶେଷ ସ୍ପୃହା ରହିଥିବା କୁହନ୍ତି । କୁନି ଚିତ୍ରଶିଳ୍ପୀ ଶୁଭ୍ରାଂଶୁ ପ୍ରତ୍ୟହ ଅନେକ ଚିତ୍ର ଆଙ୍କିଥିବା ବେଳେ ଏଥିପାଇଁ ତାଙ୍କ ସାଂଗସାଥୀ ଗହଣରେ ତଥା ତାଙ୍କ ବିଦ୍ୟାଳୟରେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି ।

ଭବିଷ୍ୟତରେ ଜଣେ ବୈଜ୍ଞାନିକ ହେବା ସହ ସିଦ୍ଧିସଂପନ୍ନ ଜଣେ ପ୍ରସିଦ୍ଧ ଚିତ୍ରଶିଳ୍ପୀ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଏହି କୁନି ଚିତ୍ରଶିଳ୍ପୀ ଶୁଭ୍ରାଂଶୁ । ସୂଚନାଯୋଗ୍ୟ ଯେ, ଶୁଭ୍ରାଂଶୁ ଏବେ ପଦ୍ମପୁରର ୱିନର୍‌ ବ୍ରାଇଟ୍‌ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି ।

ଅଜା ଚୋଡ଼ଚନ୍ଦ୍ର ସାହୁ, ଆଈ ଯଶୋଦା ସାହୁ, ବଡ଼ବାପା ଇଂ. ଦିଲୀପ କୁମାର ସାହୁ, ବଡ଼ମା’ ଶ୍ରୀମତୀ କମଳା ସାହୁ, ବଡ଼ ଭଉଣୀ ସୋନୁ, ସୋହା, ବଡ଼ ଭାଇ ଅଂଶୁ ତଥା ସମସ୍ତ ପରିବାରବର୍ଗ ଶୁଭ୍ରାଂଶୁଙ୍କ ମଙ୍ଗଳ କାମନା କରିଛନ୍ତି ।

Leave A Reply

Your email address will not be published.