ls

ବଲାଙ୍ଗିର ସହରର କୁଖ୍ୟାତ ଅପରାଧୀ ଗରିବ ପାଣ୍ଡେର ଶବ ଉଦ୍ଧାର ଘଟଣା : ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

sb

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ସହରର କୁଖ୍ୟାତ ଅପରାଧୀ ଗରିବ ପାଣ୍ଡେର ଶବ ଉଦ୍ଧାର ଘଟଣାକୁ ନେଇ ଏବେ ମୁହଁ ଖୋଲିଛନ୍ତି ପରିବାର ଲୋକେ । ତେବେ ଏହି ଘଟଣାକୁ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଅନ୍ୟପଟେ ପରିବାର ଲୋକଙ୍କ କହିବାନୁଯାୟୀ ଗରିବକୁ ହତ୍ୟା କରାଯାଇଛି । ସହରର ଇନ୍ଦିରାନଗର ପଡାରେ ଥିବା ଗରିବର ଘରକୁ ଗତ ୧୩ ତାରିଖ ଦିନ ଦୁଇ ଜଣ ଯୁବକ ଆସି ଗରିବକୁ ଡାକି ନେଇଥିଲେ । ପରେ ଗରିବକୁ ତାର ପରିବାର ଲୋକେ ଫୋନ ଯୋଗେ ଯୋଗଯୋଗ କରିବାରୁ ତାର ମୋବାଇଲ ଫୋନ୍‌ ସୁଇଚ୍‌ଅଫ୍‌ ଆସିଥିବା ବେଳେ ବୁଧବାର ଦିନ ତାର ଶବକୁ ତୁଷୁରା ତେଲନଦୀ ପୋଲ ନିକଟରୁ ପୋଲିସ ଉଦ୍ଧାର କରିଥିଲା । ପରିବାର ଲୋକେ ଶବକୁ ଚିହ୍ନଟ କରିବା ପରେ ପୋଲିସ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ତେବେ ଗରିବର ମୁଣ୍ଡ ଓ ବେକରେ କ୍ଷତ ଚିହ୍ନ ଥିବା ଲକ୍ଷ କରି ପରିବାର ଲୋକେ ଗରିବକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ବଲାଙ୍ଗିର ଟାଉଥାନାରେ ମୃତ ଗରିବର ନାମରେ ଅନେକ ଅପରାଧିକ ମାମଲା ରହିଥିବା ବେଳେ ତୁଷୁରା ଥାନାରେ ଡକାୟତି ମାମଲା ବି ରହିଛି । ପୁଲିସର ମୋଷ୍ଟ ୱାଣ୍ଟଟେଡ୍‌ ତାଳିକାରେ ମଧ୍ୟ ଗରିବର ନାମ ରହିଥିବା ଜଣାପଡିଛି । ତେବେ ଏହି ଘଟଣାକୁ ନେଇ ସହରରେ ଜୋର ଚର୍ଚ୍ଚା ଧରିଥିବା ବେଳେ ପୋଲିସ ତଦନ୍ତ ଜାରି ରହିଛି ।

pc pk
Leave A Reply

Your email address will not be published.