“କୃଷି ଓ ଗ୍ରାମୀଣ ସମୃଦ୍ଧି” ଶୀର୍ଷକ ବଜେଟ ପରବର୍ତ୍ତୀ ୱେବିନାର ଆସନ୍ତାକାଲି ଅନୁଷ୍ଠିତ ହେବ

  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅଭିଭାଷଣ ରଖିବେ
  • କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କୃଷକମାନଙ୍କୁ ସମ୍ବୋଧିତ କରିବେ

ନୂଆଦିଲ୍ଲୀ, (ପିଆଇବି) : କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ‘କୃଷି ଓ ଗ୍ରାମୀଣ ସମୃଦ୍ଧି’ ଶୀର୍ଷକ ଦିନିକିଆ ବଜେଟ୍ ପରବର୍ତ୍ତୀ ୱେବିନାର ଆସନ୍ତାକାଲି ଅନୁଷ୍ଠିତ ହେବ । ଏହି ୱେବିନାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅଭିଭାଷଣ ରଖିବେ ଏବଂ ଏହି ଅବସରରେ ସମସ୍ତ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ରହିବେ । ଅପରାହ୍ନ ସାଢ଼େ ୩ଟାରେ କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ ନିଜର ମତାମତ ରଖିବେ । ଏହି ୱେବିନାରର ଉଦ୍ଦେଶ୍ୟ ହେଉଛି ଅଂଶୀଦାରମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ସାମିଲ କରିବା ଏବଂ ୨୦୨୫ର ବଜେଟ୍ ଘୋଷଣାଗୁଡ଼ିକୁ କିପରି ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରାଯାଇପାରିବ ସେ ନେଇ ରଣନୀତି ପ୍ରସ୍ତୁତ କରିବା । ଏହି ୱେବିନାର କୃଷି ବିକାଶ ଏବଂ ଗ୍ରାମୀଣ ସମୃଦ୍ଧିର ପ୍ରମୁଖ କ୍ଷେତ୍ର ଉପରେ ଆଲୋକପାତ କରିବ ଏବଂ ବଜେଟରେ ଦର୍ଶାଯାଇଥିବା ସ୍ୱପ୍ନକୁ ସାକାର କରିବା ପାଇଁ ଏକ ସହଯୋଗୀ ଆଭିମୁଖ୍ୟ ସୁନିଶ୍ଚିତ କରିବ । ଏହାବ୍ୟତୀତ ଏହି ୱେବିନାରର ଉଦ୍ଦେଶ୍ୟ ହେଉଛି ଘରୋଇ କ୍ଷେତ୍ରର ବିଶେଷଜ୍ଞ, ଶିଳ୍ପ ପ୍ରତିନିଧି ଏବଂ ବିଷୟ ବିଶେଷଜ୍ଞଙ୍କ ସମେତ ପ୍ରମୁଖ ଅଂଶୀଦାରମାନଙ୍କୁ ଏକ ଗଠନମୂଳକ, ଉପ-ବିଷୟ କେନ୍ଦ୍ରିତ ୱେବିନାର ମାଧ୍ୟମରେ “କୃଷି ଏବଂ ଗ୍ରାମୀଣ ସମୃଦ୍ଧି” ପାଇଁ ୨୦୨୫ ବଜେଟ୍ କାର୍ଯ୍ୟକାରୀ କରିବା ପାଇଁ ଏକଜୁଟ କରିବା । ଏହାର ଉଦ୍ଦେଶ୍ୟ ହେଉଛି ଆଲୋଚନାକୁ ସୁଗମ କରିବା, ବୁଝାମଣା ପ୍ରଦାନ କରିବା ଏବଂ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ଦିଗରେ ଠିକ୍ ସମୟରେ ଏବଂ ସମନ୍ୱିତ କାର୍ଯ୍ୟ ସୁନିଶ୍ଚିତ କରିବା । ଏହି କାର୍ଯ୍ୟକ୍ରମ ଶନିବାର ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହେବ ଏବଂ ଏଥିରେ ୭ରୁ ୮ ଜଣ ବକ୍ତା ବିଭିନ୍ନ ବିଷୟଉପରେ ନିଜର ମତ ରଖିବେ । ଏହାବ୍ୟତୀତ ମଧ୍ୟାହ୍ନ ସାଢ଼େ ୧୨ଟାରେ ପ୍ରଧାନମନ୍ତ୍ରୀ ଭର୍ଚୁଆଲ୍ ମାଧ୍ୟମରେ ମୁଖ୍ୟ ଅଭିଭାଷଣ ରଖିବେ । କାର୍ଯ୍ୟକ୍ରମଟି ଓଡ଼ିଶାର ୩୦ଟି ଯାକ ଜିଲ୍ଲାରେ ଜିଲ୍ଲା ଗ୍ରାମୀଣ ସ୍ୱରୋଜଗାର ତାଲିମ ପ୍ରତିଷ୍ଠାନ (ଆର୍‌ଏସ୍‌ଇଟିଆଇ)ଗୁଡ଼ିକ ମାଧ୍ୟମରେ ଆୟୋଜନ କରାଯିବ । ଜିଲ୍ଲା ପିଛା ୫୦ ଜଣ ଲେଖାଏଁ କୃଷକ ଯୋଗ ଦେବେ । ସେମାନଙ୍କ ମଧ୍ୟରେ ରହିବେ ଫସଲ କେସିସି, ଏଏଚ୍‌ଡି କେସିସି, ମତ୍ସ୍ୟଚାଷ କେସିସି, ଭାଗଚାଷୀ, ଭୂମିହୀନ କୃଷକ ଓ ମହିଳା କୃଷକ ଆଦି କେସିସି ହିତାଧିକାରୀ । ଏହି କାର୍ଯ୍ୟକ୍ରମର ଏକ ପ୍ରମୁଖ ଫୋକସ ବିଷୟ ରହିବ ‘କିଶାନ କ୍ରେଡିଟ କାର୍ଡ (କେସିସି) ମାଧ୍ୟମରେ କୃଷକମାନଙ୍କୁ ସଂସ୍ଥାଗତ ଋଣ ସଂପ୍ରସାରଣ” । ନୂଆ କେନ୍ଦ୍ର ବଜେଟରେ କିଶାନ କ୍ରେଡିଟ କାର୍ଡ : ମୋଡିଫାଏଡ୍ ଇଣ୍ଟରେଷ୍ଟ୍ ସବଭେନ୍ସନ ସ୍କିମ୍ (କେସିସି-ଏମ୍‌ଆଇଏସ୍‌ଏସ୍‌) ଘୋଷଣା ହୋଇଥିଲା, ଏଥିରେ ଋଣ ସୀମାକୁ ୩ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରାଯାଇଥିଲା । ।

Leave A Reply

Your email address will not be published.