oom

ମା’ ମେଟାକାନୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ନାରୀ କବି ଚନ୍ଦ୍ରାବତୀ ପାଣ୍ଡେଙ୍କୁ “କୋଶଲ ଭାରତୀ” ସମ୍ମାନ

jsmm

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ମେଣ୍ଡା-ବିନିକା ବ୍ଲକ ମହଦା ଗ୍ରାମର ମୁଖ୍ୟ ଉଦ୍ୟୋକ୍ତା ପ୍ରସିଦ୍ଧ ଦଣ୍ଡ ସମ୍ରାଟ ରସିକ ସାହୁ ତଥା ଗ୍ରାମବାସୀଙ୍କ ସହଯୋଗରେ ମା’ ମେଟାକାନୀ ‘୩୩ତମ’ ବାର୍ଷିକ ମହୋତ୍ସବ ଅବସରରେ ଇତିଶ୍ରୀ ମା’ ମେଟାକାନୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା, ତରଭା ବ୍ଲକ, ମେଣ୍ଡା ଗ୍ରାମର ପ୍ରସିଦ୍ଧ ନାରୀ କବି ଚନ୍ଦ୍ରାବତୀ ପାଣ୍ଡେଙ୍କୁ “କୋଶଲ ଭାରତୀ” ପଦବୀରେ ବିଭୂଷିତ କରାଯାଇଛି । କବୟିତ୍ରୀ ଶ୍ରୀମତୀ ପାଣ୍ଡେ ରାଶି ରାଶି ପ୍ରକାଶିତ ଓ ଅପ୍ରକାଶିତ ପୁସ୍ତକ ତଥା ବିଭିନ୍ନ କଳାକୃତି ଯୋଗୁଁ ଏହି ଉଲ୍ଲେଖଯୋଗ୍ୟ ପଦବୀ ପ୍ରଦାନ କରାଯାଇଛି । ଶ୍ରୀମତୀ ପାଣ୍ଡେ ପଶ୍ଚିମାଞ୍ଚଳର ସୁନାମଧନ୍ୟ ଚର୍ଚ୍ଚିତ ଲେଖିକା । ସେ ଏକାଧାରରେ ଜଣେ କବୟିତ୍ରୀ, ଗାଳ୍ପିକା, ନାଟ୍ୟକାର, ଅଭିନେତ୍ରୀ ଓ ସଂଯୋଜିକା ଅଟନ୍ତି । ଏତଦ ବ୍ୟତୀତ ପ୍ରିଣ୍ଟ ଓ ଇଲୋକଟ୍ରନିସ ମିଡ଼ିଆରେ ତାଙ୍କର ବିଶେଷ କଳାକୃତି ବ୍ୟାପକ ଭାବେ ପ୍ରଚାର ପ୍ରସାର ହୋଇ ଆସୁଅଛି । ଏହି ପଦବୀ ପ୍ରାପ୍ତ ହୋଇଥିବାରୁ ତାଙ୍କୁ ବିଭିନ୍ନ ମହଳରୁ ସ୍ୱାଗତ, ଶୁଭେଚ୍ଛା ସହ ଅନେକ ପ୍ରଶଂସାମାନ ଜ୍ଞାପନ କରାଯାଉଅଛି ।

jittmm
Leave A Reply

Your email address will not be published.