oom

ଜିଲ୍ଲାସ୍ତରୀୟ ଦୃଷ୍ଟିବାଧିତ ମହିଳାଙ୍କ ଆତ୍ମରକ୍ଷା କୌଶଳ ତାଲିମ ଉଦ୍‌ଘାଟିତ

jsmm

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ରେଡକ୍ରସ ଭିନ୍ନକ୍ଷମ ବିଦ୍ୟାଳୟରେ କ୍ରିକେଟ ଏସୋସିଏସନ୍‌ ଫର୍ ଦ ଭିଜୁଏଲି ଇମ୍ପେୟାର୍ଡ୍(କାଭି) ଓଡିଶା ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଦୃଷ୍ଟିବାଧିତ ମହିଳାଙ୍କ ନିମନ୍ତେ ଉଦ୍ଦିଷ୍ଟ ଜିଲ୍ଲାସ୍ତରୀୟ ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ସଭାରେ ବିଡିଓ ତଥା ଭିନ୍ନକ୍ଷମ ବିଦ୍ୟାଳୟର ସମ୍ପାଦକ ଚନ୍ଦ୍ରମଣି ନାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସଇଁତଲା ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପତାକା ଦେଖାଇ ଏହାକୁ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଉମାକାନ୍ତ ଷଡଙ୍ଗୀ ସଭା ସଂଯୋଜନା କରିଥିଲେ । ଏଥିରେ ଅନ୍ୟତମ ଅତିଥି ଭାବରେ ଆଶ୍ରା ବଲାଙ୍ଗିରର ସମ୍ପାଦକ ରଣଜିତ ପ୍ରସାଦ ମହାନ୍ତି, ଜଗତବନ୍ଧୁ ଶିକ୍ଷା ନିକେତନ ସାଲେପାଲିର ସମ୍ପାଦକ କହ୍ନେୟାଲାଲ ସାମଲ, ଏସିଡି ଟିଟିଲାଗଡର ସମ୍ପାଦକ ଅଞ୍ଜଳି ବେହେରା, ମାଷ୍ଟର ଟ୍ରେନର ସୁରେଶ ଜାଲ ଯାଦବ, ଦୃଷ୍ଟିହୀନ ବିଦ୍ୟାଳୟ ସଇଁତଲାର ରାହାସ ବିହାରୀ ସିଂ, ଶ୍ରବଣବାଧିତ ବିଦ୍ୟାଳୟ ସଇଁତଲାର ମନୁୱାରା ସୁଲତାନା ବେଗମ, ବୌଦ୍ଧିକ ଭିନ୍ନକ୍ଷମ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଦେବାନନ୍ଦ ସାହୁ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ଧବଳେଶ୍ୱର ଦାସଙ୍କ ତତ୍ୱାବଧାନରେ ରେଡକ୍ରସ ଦୃଷ୍ଟିହୀନ ବିଦ୍ୟାଳୟ ଛାତ୍ରଛାତ୍ରୀ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ କମଳାକାନ୍ତ ଶତପଥି, ସନ୍ତୋଷ କୁମାର ଜେନା, ସମୀର କୁମାର ନାୟକ, ପୁଷ୍ପାଞ୍ଜଳି ଦାସ, ପ୍ରତିଭା ବେହେରା, ସ୍ୱତନ୍ତ୍ର ଅଲିମ୍ପିକ୍ସର କୋଚ ଝସକେତନ ସାହୁ, ପୁଷ୍ପଲତା ଖଟୁଆ, ଶିଶିର କୁମାର ସାହୁ ସହଯୋଗ କରିଥିଲେ । ‘କାଭି’ର ଆତ୍ମରକ୍ଷା କୌଶଳ ପ୍ରଶିକ୍ଷକ ସୁରେଶଚନ୍ଦ୍ର ଜାଲ ଯାଦବ, ସୁଖରାମ ମାଝି ଆତ୍ମରକ୍ଷା ତାଲିମ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.