ଖପ୍ରାଖୋଲ କେଜିବିଭି ବୁଲି ଦେଖିଲେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ସଦର ଖପ୍ରାଖୋଲଠାରେ ଥିବା କସ୍ତୁରବା ଗାନ୍ଧୀ ବାଳିକା ଆବାସିକ ବିଦ୍ୟାଳୟକୁ ବୁଲି ଦେଖିଛନ୍ତି ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ମନ୍ଦାକିନୀ କର । ବିଦ୍ୟାଳୟରେ ପହଞ୍ଚି ଛାତ୍ରୀମାନଙ୍କ ସହ ଭେଟି ବିଭିନ୍ନ ସମସ୍ୟା ଉପରେ ପଚାରି ବୁଝିବା ସହ ଛାତ୍ରୀ ଉପସ୍ଥାନ, ଶିକ୍ଷୟତ୍ରୀ ଶିକ୍ଷକ ସଂଖ୍ୟା, ଶିକ୍ଷଣ ବ୍ୟବସ୍ଥା, ବିଦ୍ୟାଳୟର ସାମଗ୍ରିକ ବିକାଶ, ମଧ୍ୟାହ୍ନ ଭୋଜନ, ଶଯ୍ୟା ବ୍ୟବସ୍ଥା ଉପରେ ଶିକ୍ଷୟତ୍ରୀ ଶିକ୍ଷକଙ୍କ ସହ ଆଲୋଚନା କରିଥିବା ଜଣାଯାଇଛି । ଏହି ଅବସରରେ ବିଦ୍ୟାଳୟ ମଧ୍ୟ ବୁଳି ଦେଖିଥିଲେ । ଗସ୍ତ ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଧୁବ ଚରଣ ବେହେରା, ଜିଲ୍ଲା ଶିଶୁ ସୁରକ୍ଷା କମିଟି ସଦସ୍ୟ ଅରୁଣ କୁମାର ଖୁଆସ, ଏବିଇଓ ମିନିକେତନ ବରିହା, ପ୍ରଧାନ ଶିକ୍ଷୟତ୍ରୀ ବାସନ୍ତୀ ଛୁରା, ଶିକ୍ଷୟତ୍ରୀ ରୀତା ସାହୁ, ୱାଡେନ ଅନିତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.