ଆସନ୍ତା ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ଏନଏସିକୁ ସଟଡାଉନ ଘୋଷଣା

ନୂଆପଡ଼ା : ଆସନ୍ତା ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ଏନଏସିକୁ ସଟଡାଉନ ଘୋଷଣା କରାଯାଇଥିବା ସୂଚନା ମିଳିଛି । ସଟଡାଉନକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦେଶ ଦିଆଯାଇଥିବା ବେଳେ ସଟଡାଉନରେ ଦୋକାନ ବଜାର, ରେଷ୍ଟୁରାଣ୍ଟ, ଢ଼ାବା, ବ୍ୟାଙ୍କ, ସରକାରୀ କାର୍ୟ୍ୟାଳୟ, ଶିକ୍ଷାନୁଷ୍ଠାନ, ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ ରହିବା ସହ ବିବାହ ଉତ୍ସବ, ସାମାଜିକ ଉତ୍ସବ, ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବ । ଜିଲ୍ଲାପାଳ ସ୍ୱାଧାଦେବ ସିଂ ଏବଂ ପୁଲିସ ଆରକ୍ଷୀ ଅଧୀକ୍ଷକ ରାହୁଲ କୁମାର ଜୈନ ଅନୁରୋଧ କରିଛନ୍ତି ଯେ, ସମସ୍ତେ ଘରେ ରହି ସୁରକ୍ଷିତ ରହନ୍ତୁ ଏବଂ ଜିଲ୍ଲାକୁ ସୁରକ୍ଷା ଦେବାରେ ସହଯୋଗ ପ୍ରଦାନ କର‌ନ୍ତୁ ।

1 Comment
  1. akash ranjan singh says

    Jaar bihaa achhe se kenta karbaa

Leave A Reply

Your email address will not be published.