oom

ଏଲ୍‌ଏନ୍‌ଜି ବ୍ୟବହାର ବଢିଲେ ଯାନବାହାନ ପ୍ରଦୂଷଣକୁ ହ୍ରାସ କରାଯାଇପାରିବ : ଧର୍ମେନ୍ଦ୍ର ପ୍ରଧାନ

jsmm

• ଦେଶରେ ଏଲ୍‌ଏନ୍‌ଜି ବଜାରର ସମ୍ପ୍ରସାରଣ କରିବା ପାଇଁ ନିଦ୍ଦିଷ୍ଟ କ୍ଷେତ୍ରକୁ ଚିହ୍ନଟ କରାଯାଉ
• ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବା ଉପରେ ଗୁରୁତ୍ୱ
• ୨୦୩୦ ସୁଦ୍ଧା ପ୍ରାକୃତିକ ଗ୍ୟାସ ଭାଗକୁ ୬.୩% ରୁ ୧୫% କରିବା ଲକ୍ଷ୍ୟ

ନୂଆଦିଲ୍ଲୀ/ଭୁବନେଶ୍ୱର, (ପିଆଇବି) : ରାଷ୍ଟ୍ରାୟତ ପ୍ରାକୃତିକ ଗ୍ୟାସ ବିତରଣ କମ୍ପାନୀ ଗେଲ୍‌ ଏବଂ ଭାରତୀୟ ଅଟୋମୋବାଇଲ ନିର୍ମାଣକାରୀ ସଂଘ ସିଆମ୍‌ ପକ୍ଷରୁ ଶୁକ୍ରବାର ଆୟୋଜିତ ‘ପରିବହନ ଇନ୍ଧନ ଭାବେ ଏଲ୍‌ଏନ୍‌ଜି’ ଶୀର୍ଷକ ୱେବିନାରରେ ଯୋଗଦେଇ ଭାରତରେ ଏଲ୍‌ଏନଜି(ଲିକ୍ୟୁଫାଏଡ୍‌ ନେଚ୍ୟୁରାଲ ଗ୍ୟାସ୍‌) ବଜାରର ସମ୍ପ୍ରସାରଣ ପାଇଁ ନିର୍ଦ୍ଦିଷ୍ଟ ଏଲ୍‌ଏନ୍‌ଜି କ୍ଷେତ୍ରର ଅନୁସନ୍ଧାନ ଏବଂ ଚିହ୍ନଟ କରାଯିବା ଉପରେ ଗୁରୁତ୍ୱାରୋପ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଦେଶରେ ଏଲ୍‌ଏନ୍‌ଜି ବ୍ୟବହାର ବଢିଲେ ଯାନବାହାନ ପ୍ରଦୂଷଣକୁ ହ୍ରାସ କରାଯାଇପାରିବ ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ପରିବହନ କ୍ଷେତ୍ରରେ ଏଲ୍‌ଏନ୍‌ଜି ଭଳି ସ୍ୱଚ୍ଛ ଇନ୍ଧନକୁ ପ୍ରୋତ୍ସାହନ ଦିଆଗଲେ ଦେଶର ସର୍ବତ୍ର ସ୍ଥାନରେ ଲାଭ ମିଳିପାରିବ । ବିଶେଷ ଭାବରେ ଯାନବାହାନ ପ୍ରଦୂଷଣକୁ ହ୍ରାସ କରାଯିବା ସହ ଏଲଏନଜିର ଆମଦାନୀକୁ କମାଯାଇପାରିବ ଓ ଉର୍ଜା ମିଶ୍ରଣରେ ଗ୍ୟାସ ଭାଗକୁ ବଢ଼ାଯାଇପାରିବ । ଭାରତରେ ଏଲ୍‌ଏନ୍‌ଜି ବଜାରର ସମ୍ପ୍ରସାରଣ କରାଗଲେ ଦେଶର ଗ୍ୟାସ ମୂଲ୍ୟ ଶୃଙ୍ଖଳାରେ ଜାହାଜ ମାଲିକ, ଗାଡି ନିର୍ମାଣ କରୁଥିବା ସଂସ୍ଥା ଓ ଅଂଶୀଦାରମାନେ ଲାଭବାନ ହେବେ ଏବଂ ଏକ ଉତ୍ତମ ପରିବେଶ ସୃଷ୍ଟି ହୋଇପାରିବ । ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ରହିଛି । ବର୍ତମାନ ସମୟରେ ଏହା ଉପରେ ଅଧିକ ଧ୍ୟାନ ଦିଆଯାଉଛି ଏବଂ ଏଥିପାଇଁ ଭାରତ ସରକାର ଅନେକ
ସହାୟତା ଓ ସହଯୋଗ ଦେଉଛନ୍ତି । ଭାରତ ସରକାର ପ୍ରାକୃତିକ ଗ୍ୟାସକୁ ପ୍ରୋତ୍ସାହନ ଦେବା ଦିଗରେ କାମ କରୁଛନ୍ତି । ୨୦୩୦ ସୁଦ୍ଧା ପ୍ରାକୃତିକ ଗ୍ୟାସର ସେୟାରକୁ ବର୍ତ୍ତମାନର ୬.୩ ପ୍ରତିଶତରୁ ୧୫ ପ୍ରତିଶତ କରାଯିବାର ଲକ୍ଷ୍ୟ ରଖାଯାଇଛି ।

ସେହିପରି ଚୀନ ଏବଂ ଆମେରିକା ପରେ ଦ୍ୱିତୀୟ ବୃହତମ ଜନସଂଖ୍ୟା ଆଧାରରେ ଭାରତ ତୃତୀୟ ସର୍ବବୃହତ ଉର୍ଜା ଉପଭୋକ୍ତା ରାଷ୍ଟ୍ର ଭାବରେ ଉଭା ହୋଇପାରିଛି । ବିଶ୍ୱରେ ଅଧିକ ଉର୍ଜା ବ୍ୟବହାର କରିଥିବା କ୍ଷେତ୍ରରେ ଭାରତରେ ଉର୍ଜା ଉପଭୋକ୍ତା ଏବଂ ଉର୍ଜା ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଦେଶର ପ୍ରଦୂଷଣକୁ ହ୍ରାସ କରିବା ଦିଗରେ ଦେଶର ପ୍ରଧାନମନ୍ତ୍ରୀ କାର୍ୟ୍ୟ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

jittmm
Leave A Reply

Your email address will not be published.