oom

ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଔଷଧୀୟ ବଗିଚା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଅନ୍ୟତମ ସ୍ବେଛାସେବୀ ଅନୁଷ୍ଠାନ ନେସନାଲ ପିସ ଊନିସନ (ଭାରତ) ଦ୍ୱାରା ପରିଚାଳିତ ପ୍ରାଥମିକ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଓଡିଶା ସରକାରଙ୍କ ସହାୟତା କ୍ରମେ ଏକ ଔଷଧୀୟ ବଗିଚା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଉପରୋକ୍ତ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ଭୀମ ସାହୁ, ଡ଼ା. ପିଡ଼ିଏଚ୍‌ଓ ଦିବ୍ୟ କିଶୋର ପତି, ଏପିଏମ୍‌ ଏନ୍‌ଏଚ୍‌ଏମ୍‌ ରାମାନୁଜ ପଣ୍ଡା, ନେସନାଲ ପିସ ଊନିସନ ନିର୍ଦେଶକ ସତ୍ୟରଞ୍ଜନ ମିଶ୍ର, ନେସନାଲ ପିସ ଊନିସନ ଚେୟାରମ୍ୟାନ ରବିରଞ୍ଜନ ପୂଜାରୀଙ୍କ ସହିତ ଅନୁଷ୍ଠାନର ସଦସ୍ୟ ଗୌରବ ପଧାନ, ସନ୍ତୋଷ ମେହେର, ଯତୀନ ରାଜପୁତ, ଅମିତ ଥାନାପତି, ସୁଶ୍ରୀ ଭାଗ୍ୟସିନୀ ଜୁଏଡ଼, ନାଫିସା କୁମାର, ନିରୁପମା, ଅଞ୍ଜଳି ନାଗ, ବିପିନ ବିହାରୀ ସେଠ ପ୍ରମୁଖ ସକ୍ରିୟ ଯୋଗଦାନ କରି କାର୍ୟ୍ୟକ୍ରମ ପରିଚାଳନା କରିଥିଲେ । ଏହା ଏକ ଅନୁନ୍ୟ ସୁନ୍ଦର କାର୍ଯ୍ୟକ୍ରମ ଓ ଏହା ଦ୍ୱାରା ବଲାଙ୍ଗିର ଜିଲ୍ଲାରେ ଅନ୍ୟ ସରକାରୀ ଅନୁଷ୍ଠାନ ମାନ ମଧ୍ୟ ଏଭଳି ଔଷଧୀୟ ବଗିଚାମାନଙ୍କ କାର୍ୟ୍ୟକ୍ରମ କରିପାରିବେ ବୋଲି ଆଶା କରାଯାଉଛି ।

jittmm
Leave A Reply

Your email address will not be published.