ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନରେ ଦୁଇ ଦିନିଆ ମୌଳିକ ସାକ୍ଷରତା ଓ ନୂତନ ଶିକ୍ଷାନୀତି-୨୦୨୦ ଉପରେ ଆଲୋଚନା ଓ ଭାବର ଆଦାନ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ବ୍ଲକ ଶିକ୍ଷା ଅଧିକାରୀ ରାଘବ ଚନ୍ଦ୍ର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରି ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ, ନୂତନ ଶିକ୍ଷାନୀତି-୨୦୨୦ ଉପରେ ଆଲୋଚନା କରିବା ସହ ଡିଜିଟାଲ ମାଧ୍ୟମରେ ଗଠନମୂଳକ ପାଠ୍ୟତଥ୍ୟ ସଂଗ୍ରହ ଓ ସଂରକ୍ଷଣ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଇଟିଇଆଇ.ର ଅଧ୍ୟକ୍ଷ ଜ୍ଞାନେନ୍ଦ୍ର ମଲ୍ଲିକ ଓ ଡାଏଟ ର ଅଧ୍ୟକ୍ଷ ବୃନ୍ଦାବନ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ମୌଳିକ ସାକ୍ଷରତାର ବର୍ତ୍ତମାନ ର ଜରୁରୀ ଓ ଆବଶ୍ୟକତା ଉପରେ ବକ୍ତବ୍ୟ ଦେଇଥିଲେ । ଶିକ୍ଷକ ପ୍ରଶିକ୍ଷିକା ଡ. ସୁୁଧାଂଶୁବାଳା ତ୍ରିପାଠୀ ଦୈନନ୍ଦିନ ଜୀବନରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନର ଆବଶ୍ୟକତା ବିଷୟରେ, ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା ଆରତୀ ସାହୁ ଜାତୀୟ ଶିକ୍ଷାନୀତି ର ମୂଳ ତତ୍ତ୍ୱ ଓ ରୂପରେଖ ବିଷୟରେ, ଡ. ମନ୍ଦରଧର ସାହୁ ମୌଳିକ ସାକ୍ଷରତାର ରୂପରେଖ ଓ ସ୍ପିୟରମେନଙ୍କ ଦ୍ୱିପାକ୍ଷିକ ତତ୍ତ୍ୱ ଉପରେ ଆଲୋକପାତ କରିଥିଲେ । ଏବିଇଓ କୈଳାଶ କୁମ୍ଭାର ସମସ୍ତ ପ୍ରଶିକ୍ଷାର୍ଥୀଙ୍କ ଠାରୁ କାର୍ଯ୍ୟକ୍ରମ ସଂପର୍କରେ ପ୍ରତିକ୍ରିୟା ମାଗିଥିଲେ । ସାଧନକର୍ମୀ ଭାବେ ଡ. ସୁଧାଂଶୁବାଳା ତ୍ରିପାଠୀ, ଶିକ୍ଷକ ପ୍ରଶିକ୍ଷିକା ଆରତୀ ସାହୁ, ଡ. ମନ୍ଦରଧର ସାହୁ, ଏବିଇଓ କୈଳାଶ କୁମ୍ଭାର ଯୋଗ ଦେଇଥିଲେ । ୩୬ ଜଣ କାର୍ଯ୍ୟରତ ଶିକ୍ଷକଙ୍କ ସମେତ ଶିକ୍ଷକ ପ୍ରଦୀପ ମାଝୀ, ଶିକ୍ଷୟିତ୍ରୀ କାଶ୍ମିରା ନାୟକ, କୁନୀ ମିଶ୍ର ପ୍ରମୁଖ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଛାତ୍ର ଅଶୋକ ନାଏକ, ତପନ ସାହୁ ଓ ପ୍ରଦୀପ ବାଗ ।