jayashree

ଦିବ୍ୟାଙ୍ଗ ଅଧିକାର ସଚେତନତା କର୍ମଶାଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସଂପୃକ୍ତ ଆଂଚଳିକ କେନ୍ଦ୍ର ଠାରେ ଦିବ୍ୟାଙ୍ଗ ଟ୍ରଷ୍ଟ ପକ୍ଷରୁ ଦିବ୍ୟାଙ୍ଗ ଅଧିକାର ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମୀର ଦିବ୍ୟାଙ୍ଗ ଟ୍ରଷ୍ଟର ପ୍ରତିଷ୍ଠାତା କୀର୍ତ୍ତନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳଙ୍କ ପ୍ରତିନିଧି ମ୍ୟୁନିସିପାଲିଟି କାର୍ୟ୍ୟନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ, ଟାଉନ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ, ସଂପୃକ୍ତ ଆଂଚଳିକ କେନ୍ଦ୍ର ବଲାଙ୍ଗିରର ଭାରପ୍ରାପ୍ତ ଅଧିକାରୀ ସୁରେନ୍ଦ୍ର ଭୋଇ, ରଶ୍ମିତା ପଣ୍ଡା, ରାଜ୍ୟ ଦିବ୍ୟାଙ୍ଗ ସଂଘର ମୁଖ୍ୟ ଅଧିକାରୀ ମଂଜୁଲତା ପଣ୍ଡା, ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ନବକିଶୋର ସାହୁ ପ୍ରମୁଖ ଯୋଗଦାନ କରି ଦିବ୍ୟାଙ୍ଗ ମାନଙ୍କ ଅଧିକାର ଉପରେ ସଚେତନତା ଧର୍ମୀ ବକ୍ତବ୍ୟ ରଖିଥିଲେ । ସମୀର ଦିବ୍ୟାଙ୍ଗ ଟ୍ରଷ୍ଟର ବଲାଙ୍ଗିର ଶାଖାର ସଭାପତି ବିଜୟ କୁମାର ଅଗ୍ରୱାଲ, ସାମାଜିକ କର୍ମୀ ନରେନ୍ଦ୍ର ହୋତା ପ୍ରମୁଖ ବକ୍ତବ୍ୟରେ ଦିବ୍ୟାଙ୍ଗ ଭାଇ ଭଉଣୀଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ଟିଟିଲାଗଡ଼, ପାଟଣାଗଡ଼ ସୋନପୁରରୁ ପ୍ରାୟ ଅଢେ଼ଇ ଶହ ଦିବ୍ୟାଙ୍ଗ ଭାଇଭଉଣୀ ଯୋଗଦାନ କରିଥିଲେ । ସମୀର ଦିବ୍ୟାଙ୍ଗ ଟ୍ରଷ୍ଟ ପକ୍ଷରୁ ସମସ୍ତଙ୍କୁ କମ୍ବଳ ବଣ୍ଟନ କରାଯିବା ସହ ଖାଦ୍ୟପେୟରୀ ବ୍ୟବସ୍ଥା କରାଯାଇଥିଲା । ଏଥିରେ ବିଭିନ୍ନ ବିଭାଗରେ ପାରଦର୍ଶିତା ହାସଲ କରିଥିବା ଦିବ୍ୟାଙ୍ଗ ଭାଉଭଉଣୀ ସୁରେନ୍ଦ୍ର ନାୟକ, ରୋହିଣୀ ଛୁରା, ସଙ୍ଗମ ସାହୁ, ଦେବରାଜ ଛତ୍ରିଆ, ସୁଧାଂଶୁ ପଣ୍ଡା ପ୍ରମୁଖଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ଭାବେ ନୂତନ ଦାସ ଓ ବି‌ଷ୍ଣୁପ୍ରସାଦ ବିଶ୍ୱାଲ ସ‌ମ୍ମାନିତ ହୋଇଛ‌ନ୍ତି । କାର୍ଯ୍ୟକ୍ରମକୁ ବଲାଙ୍ଗିର ଶାଖାର ସଂପାଦକ ସରୋଜ ମହାକୁର ସଂଯୋଜନା କରିଥିବା ବେଳେ ଟ୍ରଷ୍ଟୀ ରୁକ୍ମଣ ଦିଶ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଶୋକ କୁମାର ଭୋଇ, ଝରଣା ମେହେର, ମହେନ୍ଦ୍ର କୁମାର ମେହେର, ଇଶ୍ୱର ପଧାନ, ପର୍ଶୁରାମ ସାହୁ, ସୁନାଧର ସାହୁ ପ୍ରମୁଖ ଯୋଗଦାନ କରି କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.