jayashree

ଜିଲ୍ଲାସ୍ତରୀୟ ଏକଦିବସୀୟ ସ୍ଵତନ୍ତ୍ର କିଶୋର ପୁଲିସ ୟୁନିଟ୍‌ର କର୍ମଶାଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱତନ୍ତ୍ର କିଶୋର ପୋଲିସ ୟୁନିଟ୍‌ର ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଗତ ଶୁକ୍ରବାର ଦିନ ସ୍ଥାନୀୟ ଆରକ୍ଷୀ ଅଧିକ୍ଷକଙ୍କ ସମ୍ମିଳନୀ କକ୍ଷରେ ଇତି ମଧ୍ୟରେ ଅନୁଷ୍ଠିତ ହୋଇଛି । ଏଥିରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଋଷିକେଶ ଖିଲାରି ମୁଖ୍ୟ ଅତିଥି ଭାବରେ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ କୁମାର ନାୟକ ଓ ବିଦ୍ୟୁତ୍ ଚନ୍ଦ୍ର ପଣ୍ଡା ଏବଂ ଡିଏସ୍‌ପି ସସ୍ମିତା ବାରିକ, ଶିଶୁ ମଙ୍ଗଳ ସମିତିର ଲମ୍ବୋଦର ଦୀପ ଆହିଥି ଭାବେ ଯୋଗଦେଇଥିଲେ । ଏହି କର୍ମଶାଳାରେ ତାଲିମଦାତା ଭାବେ ନନ୍ଦିକିଶୋର୍ ଷାଣ୍ଢ ତାଲିମ ପ୍ରଦାନ କରିଥିଲେ । ଏହି ତାଲିମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ ଅଧ୍ୟକ୍ଷତା କରିଥିଲେ । ଏହି ତାଲିମରେ ଜିଲ୍ଲାର ସମସ୍ତ ଥାନାରୁ ଆଇ ଆଇସି, ଓ ଏସ୍‌ଜେପିୟୁର ସଦସ୍ୟ ଓ ସଦସ୍ୟାମାନେ ଉପସ୍ଥିତ ଥିଲେ । ଜିଲ୍ଲାର ଥିବା ସମସ୍ତ ଶିଶୁମାନଙ୍କ ନିମିତ୍ତ ପ୍ରଚଳିତ ନୀତି ନିୟମ ଏବଂ ଯୋଜନାଗୁଡିକ ସୁଚାରୁ ରୂପେ କାର୍ଯ୍ୟକାରୀ ହୋଇପାରିବ ସେ ବିଷୟରେ ଅବଗତ କରାଯାଇଥିଲା । ଏହି କର୍ମଶାଳାରେ ଶିଶୁ ସୁରକ୍ଷା ୟୁନିଟ୍‌ର ଆଇନ ପରିବେକ୍ଷକ ଅଧିକାରୀ ଦିଗାମ୍ମର କର ପରିଚାଳନା କରିଥିବା ବେଳେ ୟୁନିଟ୍‌ର ଚୂଡ଼ାମଣି ପଣ୍ଡା, ସୁଧାଂଶୁ ଶେଖର କୁମ୍ଭାର, ଅରୁଣ କୁମାର ଖୁଆସ ଓ ସୁଦାମ ସୁନା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.