ଉଠା ଦୋକାନୀ ବ୍ୟବସାୟୀଙ୍କ କର୍ମକର୍ତ୍ତା ଚୟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଟାଉନ ଉଠା ଦୋକାନୀ ବ୍ୟବସାୟୀ ମାନଙ୍କୁ ନେଇ ଯାଦବ ଭବନ ଠାରେ ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ବଲାଙ୍ଗିର ଉଠା ଦେକାନୀ ବ୍ୟବସାୟୀ ସମନ୍ଧେ ସଂଗଠନ କିପରି ଆଗକୁ ଗଢାଯିବ ଓ ପ୍ରଶାସନ ସହେଯାଗରେ କିପରି ସଂଘ ଉପକାର ପାଇ ପାରିବ ସେ ବିଷୟରେ ବିଷୟରେ ଆଲୋଚନା କରାଯାଇଛି । ସଂଘର ଆଗାମୀ କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ସଂଗଠନର ନୂତନ ସଭାପତି ଭାବେ ବରୁଣ ବାଗ, ସଂପାଦକ ନାରାୟଣ ରାଉତ, ଉପ-ସଭାପତି ସୌସାଦ ଅଲି (ସୋନୁ) ସହ ସଂପାଦକ ଗୋପାଳ ଅଗ୍ରୱାଲ, କୋଷାଧ୍ୟକ୍ଷ ବିଶ୍ୱଜିତ ସାହୁ ମନୋନୀତ ହୋଇଥିଲେ । ଆଜିର ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଦୀ୦ଲେଶ୍ୱର ରଣା, ସୁବାଷ ଶର୍ମା, ସନ୍ତୋଷ କୁମାର ପଧାନ, ଆନନ୍ଦ ପାତ୍ର, ମଧୁ ସୁଦନ ସାହୁ, ପ୍ରହଲ୍ଲାଦ ମହାଲିଙ୍ଗ, ଗୋପାଳ ମେହେର, କର୍ଣ୍ଣରାଜ ପାଣିଗ୍ରାହୀ, ଅମରକର ଉପସ୍ଥିତ ଥିଲେ ।

Leave A Reply

Your email address will not be published.