ବିଶ୍ୱ ହିନ୍ଦୁ ପରିଷଦର ବିଭିନ୍ନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାମନବମୀ ଅବସରରେ ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ସେକ୍ଟର ୩ ସ୍ଥିତ ଶ୍ରୀ ଶ୍ରୀ ସୀତାରାମ ମନ୍ଦିର ଠାରେ ବିଭିନ୍ନ କାର୍ଯ୍ୟକ୍ରମ ଯଥା ପ୍ରବଚନ, ଯଜ୍ଞ, ପ୍ରସାଦ ସେବନ ଆଦି ସମ୍ପନ୍ନ କରାଯାଇଥିଲା । ପ୍ରଖଣ୍ଡ ସଭାପତି ପ୍ରଭାତ ପ୍ରଧାନଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୋଦାବରୀଶ ଶତପଥୀ, ସତ୍ୟାନନ୍ଦ ଦାସ, ସର୍ବେଶ୍ଵର ଦାସ, ସନାତନ ପଟେଲ ପ୍ରମୁଖ ଯୋଗଦେଇ ହିନ୍ଦୁ ରାଷ୍ଟ୍ର ଗଠନର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ସାତ୍ତ୍ୱିକ ଭାବକୁ ବୃଦ୍ଧି, ସନାତନୀ ହିନ୍ଦୁ ଧର୍ମ ସମାଜ ଐକ୍ୟବଦ୍ଧତା ତଥା ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହାସହ ଏହାର ଗୌରବମୟ ଇତିହାସ, ପ୍ରଭୁ ଶ୍ରୀରାମ କିପରି ଆମର ଆଦର୍ଶ, ଫୋନ୍‌ରେ ହାଲୋ ପରିବର୍ତ୍ତେ ହରି ଓମ୍ ଉଚ୍ଚାରଣ କରିବା ପାଇଁ ବକ୍ତବ୍ୟ ମାଧ୍ୟମରେ କହିଥିଲେ । ଶ୍ରୀ ଶ୍ରୀ ସୀତାରାମ ମନ୍ଦିର ପରିଚାଳନା କମିଟିର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଯଜ୍ଞ, ବୈ।ଦ୍ଧିକ ପ୍ରବଚନ, ସାଂସ୍କୃତିକ କାର୍ଯ୍ୟକ୍ରମ, ଖେଚୁଡ଼ି ବଣ୍ଟନ ଓ ପ୍ରସାଦ ସେବନର ବନ୍ଦୋବସ୍ତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସହସ୍ରାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।

Leave A Reply

Your email address will not be published.