om academy

କରୋନାରେ ସଂକ୍ରମିତ ହେଲେ କେନ୍ଦୁଝର ଜିଲ୍ଲା କାରାଗାରର ୯ ଜଣ ଅନ୍ତେବାସୀ

jsm

କେନ୍ଦୁଝର : କରୋନାରେ ସଂକ୍ରମିତ ହୋଇଛନ୍ତି କେନ୍ଦୁଝର ଜିଲ୍ଲା କାରାଗାରର ୯ ଜଣ ଅନ୍ତେବାସୀ ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଗତ କିଛି ଦିନ ହେବ ଜଣେ ଅନ୍ତେବାସୀଙ୍କ ଠାରେ କରୋନା ଲକ୍ଷଣ ଦେଖା ଯାଇଥିଲା । ତେବେ ଯାହାକୁ ନେଇ ସାଙ୍ଗରେ ଥିବା ୩୦ ଜଣଙ୍କ ନମୁନା ପରିକ୍ଷା କରାଯାଇଥିଲା । ସେଥି ମଧ୍ୟରୁ ୯ ଜଣ କରୋନାରେ ସଂକ୍ରମଣ ହୋଇଥିବା ଜଣାପଡ଼ିଛି । ଏମାନଙ୍କୁ ଜେଲ ମଧ୍ୟରେ ଏକ ସ୍ଵତନ୍ତ୍ର ସଂଙ୍ଗରୋଧ କକ୍ଷରେ ରଖାଯାଇ ଚିକିତ୍ସା ଆରମ୍ଭ କରାଯାଇଥିବା ବେଳେ ଅନ୍ୟ ୨୧ ଜଣଙ୍କୁ ଅନ୍ୟ ଏକ ରୁମରେ ଡାକ୍ତରଙ୍କ ତଦାରଖରେ ଅଛନ୍ତି ।

Leave A Reply

Your email address will not be published.