ଜି.ଏସ.ଟି. ବିରୋଧରେ କଂଟାବାଂଜିରେ ବନ୍ଦ : ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ, ସାପ୍ତାହିକ ବଜାର, ଡେଲି ମାର୍କେଟ ଖୋଲା

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି ବଣିକ ମହାସଂଘ ଦ୍ୱାରା ଭାରତ ବନ୍ଦକୁ ସମର୍ଥନ ଜଣାଇ ଶୁକ୍ରବାର ଦିନ ସମସ୍ତ ଦୋକାନ ବଜାର ହୋଇଛି । ଜି.ଏସ.ଟି. ବିଲକୁ କେନ୍ଦ୍ର ସରକାର ବିଭିନ୍ନ ପ୍ରକାର ନିୟମରେ ଲାଗୁ କରିିଥିବା ପ୍ରତିିବାଦରେ ଏହି ବନ୍ଦ ପାଳନ କରାଯାଇଛି । କଂଟାବାଂଜି ବଣିକ ସଂଘର ସଭାପତି ଅନିଲ ରୁବି ଅଗ୍ରୱାଲଙ୍କ ଆହ୍ୱାନରେ ସହରରେ ଥିବା ବିଭିନ୍ନ ବ୍ୟବସାୟୀ ସଂଗଠନ ମଧ୍ୟରେ କିରାନା ମାର୍ଚ୍ଚେଂଟ ଆସୋସିଏସନ, ରିଟେଲର କିରାନା ମାର୍ଚ୍ଚେଂଟ ଆସୋସିଏସନ, କପଡା ବ୍ୟାପାରି ଆସୋସିଏସନ, ଉଠାଦୋକାନି ମହାସଂଘ, ସେଲୁନ ଆସୋସିଏସନ, ଟ୍ରକ ମାଲିକ ଆସୋସିଏସନ, ହେମାଲ ସଂଘର ସହଯୋଗରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା । ଜରୁରୀକାଳୀନ ସେବା ମଧ୍ୟରେ ପେଟ୍ରୋଲ ପମ୍ପ, ଔଷଧ ଦୋକାନ, ଆମ୍ବୁଲାନ୍‌ସ ଉପରେ କୌଣସି ପ୍ରଭାବ ପକାଯାଇ ନ ଥିଲା ଏପରିକି ଯାନବାହାନ ମଧ୍ୟ ଯାତାୟତ ଚାଲୁ ରହିଥିଲା । ବନ୍ଦ ପାଳନରେ ଶେଷଦେବ ପୁଟେଲ, ମନୋଜ ଶର୍ମା, ମୁକେଶ ବାରୁ, ମହେଶ ଅଗ୍ରୱାଲ, ସଂଜୟ ଅଗ୍ରୱାଲ, ଛୋଟୁ ସିଂ ସାଲୁଜା, ସୁନିଲ ଅଗ୍ରୱାଲ ସହ ଅନେକ ବ୍ୟବସାୟ ସଂଗଠନ ସାମିଲ ଥିଲେ ।

Leave A Reply

Your email address will not be published.