କଂଟାବାଂଜି ସାମ୍ବାଦିକ ସଂଘ ଦ୍ୱାରା ଜାତୀୟ ପ୍ରେସ ଦିବସ ପାଳିତ

କଂଟାବାଂଜି, (ମନୀଶ କୁମାର ହଂସ) : ସାମ୍ବାଦିକ ସଂଘ କଂଟାବାଂଜି ଦ୍ୱାରା ଜାତୀୟ ପ୍ରେସ ଦିବସ ସ୍ଥାନୀୟ ଡାକ ବଂଗଳାରେ ସୋମବାର ଅପରାହ୍ନରେ ପାଳିତ ହୋଇଛି । ଏହି ଅବସରରେ ସଂଘର ସଭାପତି ସୁବାଷ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ସଂଘର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଛି । ସଂଘର ଜାଗା ଚିହ୍ନଟ ହୋଇ ସାରିଥିବା ବେଳେ ଯଥା ଶୀଘ୍ର ଗୃହ ନିର୍ମାଣ ପାଇଁ ପାଣ୍ଠି ସୃଷ୍ଟି କରିବା ଉପରେ ଆଲୋଚନା ହୋଇଛି । ସଂଘର ଅସ୍ଥାୟୀ କାର୍ଯ୍ୟାଳୟ ଯଥା ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତି ନିଆଯାଇଛି । ଏହି ଅବସରରେ ବରିଷ୍ଠ ସଭ୍ୟ ସଂଜୟ କୁମାର ମିଶ୍ର କାଯ୍ୟକାରୀ ସଭ୍ୟ ଜୀବନାନନ୍ଦ ମହାନ୍ତି, ସମିମ ଖାନ, କୃତିକର ବାଗ, ମୋହନ ସୋନି, ବିନୋଦ ସିଂ ସହ ଅନ୍ୟମାନେ ଉପସ୍ଥିତ ଥିଲେ । କରୋନା ସଂକ୍ରମଣ ଯୋଗୁଁ ସାମାଜିକ ଦୂରତା ମଧ୍ୟରେ ବୈଠକ କରାଯାଇଛି । ପରିଶେଷରେ ସଂପାଦକ ଗୁରୁଦୟାଲ ହଂସ ଧନ୍ୟବାଦ ଦେଇ ସଭା ସାଂଗ କରିଛନ୍ତି ।

Leave A Reply

Your email address will not be published.