ଅକ୍ଷୟ ଶକ୍ତି କ୍ଷମତା ସ୍ଥାପନ ଲାଗି ଏନଟିପିସି ଲିମିଟେଡ୍‌କୁ ଅଧିକ କ୍ଷମତା ପ୍ରଦାନ କଲା କେନ୍ଦ୍ର କ୍ୟାବିନେଟ୍

  • ଏନଟିପିସି ଅକ୍ଷୟ ଶକ୍ତି ଲିମିଟେଡ୍ ଏବଂ ଏହାର ଅନ୍ୟ ଯୌଥ ଉଦ୍ୟୋଗ/ସହାୟକ କମ୍ପାନୀରେ ନିବେଶ ଲାଗି ମିଳିଲା ଅତିରିକ୍ତ କ୍ଷମତା

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ କମିଟି ବୈଠକରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ନିବେଶ ପାଇଁ ଏନଟିପିସି ଲିମିଟେଡକୁ ଅଧିକ କ୍ଷମତା ପ୍ରଦାନ କରାଯାଇଛି । ମହାରତ୍ନ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ କ୍ଷମତା ପ୍ରଦାନ ଲାଗି ପ୍ରଚଳିତ ମାର୍ଗଦର୍ଶିକା ଅନୁଯାୟୀ, ଏହି କ୍ଷମତା ପ୍ରଦାନ କରାଯାଇଛି । ଏନଟିପିସି ଲିମିଟେଡ୍ ଏହି କ୍ଷମତା ବଳରେ ନିଜର ସହାୟକ କମ୍ପାନୀ ଏନଟିପିସି ସବୁଜ ଶକ୍ତି ଲିମିଟେଡ୍ (ଏନଜିଇଏଲ)ରେ ନିବେଶ କରିପାରିବ । ଏହା ପରେ ଏନଜିଇଏଲ ଦ୍ୱାରା ଏନଟିପିସି ଅକ୍ଷୟ ଶକ୍ତି ଲିମିଟେଡ୍ (ଏନଆରଇଏଲ) ଓ ଏହାର ଯୌଥ/ସହାୟକ ଉଦ୍ୟୋଗରେ ନିବେଶ କରାଯାଇ ପାରିବ । ଏହି ନିବେଶ କ୍ଷମତା ୭,୫୦୦ କୋଟି ଟଙ୍କାରୁ ୨୦,୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ପୂର୍ବ ଅନୁମୋଦିତ ସୀମାଠାରୁ ଅଧିକ ହେବ । ଫଳରେ ୨୦୩୨ ସୁଦ୍ଧା ୬୦ ଗିଗାୱାଟ୍ ଅକ୍ଷୟ ଶକ୍ତି କ୍ଷମତା ହାସଲ ଲାଗି ଅଧିକ ଅକ୍ଷୟ ଶକ୍ତି ଉତ୍ପାଦନ କରିବା ସମ୍ଭବ ହେବ । ଏନଟିପିସି ଏବଂ ଏନଜିଇଏଲକୁ ଦିଆଯାଇଥିବା ବର୍ଦ୍ଧିତ କ୍ଷମତା ଦେଶରେ ଅକ୍ଷୟ ଶକ୍ତି ପ୍ରକଳ୍ପଗୁଡ଼ିକର ତ୍ୱରିତ ବିକାଶକୁ ସହଜ କରିବ । ଏହି ପଦକ୍ଷେପ ବିଦ୍ୟୁତ୍ ଭିତ୍ତିଭୂମିକୁ ସୁଦୃଢ଼ କରିବ । ଏହାସହିତ ସାରା ଦେଶରେ ଭରସାଯୋଗ୍ୟ ତଥା ୨୪ ଘଣ୍ଟା ବିଦ୍ୟୁତ୍ ଯୋଗାଣ ଲାଗି ନିବେଶ ସୁନିଶ୍ଚିତ କରିବା । କ୍ଷେତ୍ରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଅକ୍ଷୟ ଶକ୍ତି ପ୍ରକଳ୍ପଗୁଡ଼ିକ ନିର୍ମାଣ, କାର୍ଯ୍ୟ ଓ ମରାମତି ପର୍ଯ୍ୟାୟରେ ସ୍ଥାନୀୟ ଲୋକଙ୍କ ପାଇଁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହା ସ୍ଥାନୀୟ ଯୋଗାଣକାରୀ, ସ୍ଥାନୀୟ ଉଦ୍ୟୋଗ / ଏମଏସଏମଇଗୁଡ଼ିକୁ ପ୍ରୋତ୍ସାହନ ପ୍ରଦାନ କରିବ । ଏହାଛଡ଼ା ଦେଶର ନିଯୁକ୍ତି ଏବଂ ସାମାଜିକ-ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବା ସହିତ ଦେଶ ଭିତରେ ଉଦ୍ୟୋଗ ସୁଯୋଗକୁ ପ୍ରୋତ୍ସାହିତ କରିବ । ଭାରତ ଏହାର ସବୁଜ ଶକ୍ତି କ୍ଷେତ୍ରରେ ପରିବର୍ତ୍ତନ ଯାତ୍ରାରେ ଏକ ଐତିହାସିକ ସଫଳତା ହାସଲ କରିଛି । ଏହା ଅଣ-ଜୀବାଶ୍ମ ଇନ୍ଧନ ଉତ୍ସରୁ ସ୍ଥାପିତ ବିଦ୍ୟୁତ୍ କ୍ଷମତାର ୫୦% ଲକ୍ଷ୍ୟ ହାସଲ କରିଛି। ପ୍ୟାରିସ ଚୁକ୍ତିନାମାରେ ଜାତୀୟସ୍ତରରେ ନିର୍ଦ୍ଧାରିତ ଯୋଗାଦାନ ଅନୁଯାୟୀ ଧାର୍ଯ୍ୟ ସମୟସୀମାଠାରୁ ପାଞ୍ଚ ବର୍ଷ ପୂର୍ବରୁ ଭାରତ ଏହି ଲକ୍ଷ୍ୟ ହାସଲ କରିଛି । ଦେଶ ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ ଅଣ-ଜୀବାଶ୍ମ ଶକ୍ତି କ୍ଷମତା ହାସଲ କରିବାକୁ ଲକ୍ଷ୍ୟ ରଖିଛି । ଏକ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ କ୍ଷେତ୍ର ଉଦ୍ୟୋଗ ଏବଂ ଦେଶର ଅଗ୍ରଣୀ ବିଦ୍ୟୁତ୍ ଉପଯୋଗୀତା ସଂସ୍ଥା ଭାବରେ, ଏନଟିପିସି ୨୦୩୨ ସୁଦ୍ଧା ୬୦ ଗିଗାୱାଟ ଅକ୍ଷୟ ଶକ୍ତି କ୍ଷମତା ଯୋଡିବାକୁ ଲକ୍ଷ୍ୟ ରଖିଛି । ଏହା ଦେଶକୁ ଉପରୋକ୍ତ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବ ଏବଂ ୨୦୭୦ ସୁଦ୍ଧା ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନର ବୃହତ ଲକ୍ଷ୍ୟ ଆଡକୁ ଅଗ୍ରସର ହେବ । ସଂଗଠିତ ଏବଂ ଅସଂଗଠିତ ଅଭିବୃଦ୍ଧି ମାଧ୍ୟମରେ ଅକ୍ଷୟ ଶକ୍ତି କ୍ଷମତା ବୃଦ୍ଧି ପାଇଁ ଏନଜିଇଏଲ ହେଉଛି ଏନଟିପିସି ଗ୍ରୁପର ଅଗ୍ରଣୀ ତାଲିକାଭୁକ୍ତ ସହାୟକ କମ୍ପାନୀ । ମୁଖ୍ୟତଃ ଏନଜିଇଏଲର ସମ୍ପୂର୍ଣ୍ଣ ମାଲିକାନାଧୀନ ସହାୟକ କମ୍ପାନୀ ଏନଆରଇଏଲ ମାଧ୍ୟମରେ ଜୈବିକ ଅଭିବୃଦ୍ଧି କରାଯିବାକୁ ପ୍ରସ୍ତାବ ଦିଆଯାଇଛି । ଏନଜିଇଏଲ ଅକ୍ଷୟ ଶକ୍ତି ପ୍ରକଳ୍ପ ବିକାଶ ପାଇଁ ବିଭିନ୍ନ ରାଜ୍ୟ ସରକାର ଏବଂ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସହିତ ସ୍ୱତନ୍ତ୍ର ସହଭାଗୀତା ମଧ୍ୟ ଗଠନ କରିଛି । ଏନଜିଇଏଲର ୩୨ ଗିଗାୱାଟ ଅକ୍ଷୟ ଶକ୍ତି କ୍ଷମତାର ଏକ ପୋର୍ଟଫୋଲିଓ ରହିଛି । ଏଥିରେ ୬ ଗିଗାୱାଟ କାର୍ଯ୍ୟକ୍ଷମ କ୍ଷମତା, ୧୭ ଗିଗାୱାଟ ଚୁକ୍ତିଭିତ୍ତିକ/ହସ୍ତାନ୍ତର କ୍ଷମତା ଏବଂ ୯ ଗିଗାୱାଟ ପାଇପଲାଇନ୍ କ୍ଷମତା ଅନ୍ତର୍ଭୁକ୍ତ ।

jittmm
Leave A Reply

Your email address will not be published.