ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ରାଷ୍ଟ୍ରୀୟ ସାଧାରଣତନ୍ତ୍ର ଦିବସ ଆର୍ଡିସି ପ୍ୟାରେଡ ନୂଆଦିଲ୍ଲୀଠାରେ ଓଡିଶା ବରଗଡ଼ ଜିଲ୍ଲାର ବୁରୋମୁଣ୍ଡା ସ୍ଥିତ ସମ୍ବଲପୁରୀ ଫୋକ ଏକାଡେମୀ (କଳାଗ୍ରାମ)ର ଆଦିଧୂନ ବେଣ୍ଡର ୧୦୦ ଜଣ କଳାକାର ଅଂଶ ଗ୍ରହଣ କରୁଛନ୍ତି । ଷାଠିଏ ଜଣ ଝିଅ ନୃତ୍ୟ କଳାକାର ଥିବା ବେଳେ ସମ୍ବଲପୁରୀ ଗଣ୍ଡାବଜା ବାଦ୍ୟ ମୁଖ୍ୟ ଭୂମିକା ଗ୍ରହଣ କରୁଥିବାରୁ ଆମ ପାଇଁ ଏହା ଗର୍ବ ଓ ଗୌରବର ବିଷୟ । ସର୍ବଭାରତୀୟ ସ୍ତରରୁ ବଛା ବଛା କଳାକାରକୁ ଏହି ସୁଯୋଗ ମିଳୁଥିବା ବେଳେ ସମ୍ବଲପୁରୀ ଫୋକ ଏକାଡେମୀ (କଳାଗ୍ରାମ) ଭାଗିଦାରୀତାକୁ ଖୁବ ପ୍ରଶଂସା ମିଳିଛି । ଦିଲ୍ଲୀ ରାଜପଥରେ ଭାରତୀୟ ମହାନ ପବିତ୍ର ପର୍ବରେ କଳାଗ୍ରାମର ନିର୍ଦ୍ଦେଶକ ଗୁରୁ ରବିରତନ ସାହୁ ଓ ସଂଯୋଜକ ନୀଳାଞ୍ଚଳ ନନ୍ଦ ସମ୍ବଲପୁରୀ କଳାକୁ ଆଗକୁ ନେଇ ଥିବାରୁ ବିଭିନ୍ନ ଅନୁଷ୍ଠାନ ତରଫରୁ ସାଧୁବାଦ ଜଣାଇଛନ୍ତି ।