ଭୁବନେଶ୍ୱର : ଶିମିଳିପାଳ ଅଭୟାରଣ୍ୟରେ କଳାବାଘ ସଫାରୀ ହେବ । ପର୍ଯ୍ୟଟକମାନଙ୍କୁ ସଫାରୀ ଭିତରେ କଳାବାଘ ଦେଖିବାର ନିଆର ସୁଯୋଗ ମିଳିବ । ରାଜ୍ୟ ସରକାର ଏଥିପାଇଁ ପଦକ୍ଷେପ ନେବାକୁ ଯାଉଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏହି ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ମୟୂରଭଂଜ ଜିଲ୍ଲାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପରିସରରେ କଳାବାଘ ସଫାରୀ କରାଯିବ । ପର୍ଯ୍ୟଟକ ଓ ଦର୍ଶକମାନେ ଏହି ବିରଳ ପ୍ରଜାତିର ବାଘମାନଙ୍କୁ ଦେଖିବାର ସୁଯୋଗ ପାଇପାରିବେ ।