om academy

ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସହ ସ୍ଵଚ୍ଚ ଭାରତ କାର୍ଯ୍ୟକ୍ରମ

jsm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସହରକୁ ସରସ ସୁନ୍ଦର କରିବା ପାଇଁ ବୃକ୍ଷ କାଟି ପିଚୁ କଂକ୍ରିଟ ପ୍ରଶସ୍ତ ରୋଡ଼ ନିର୍ମାଣ କରାଯାଉଛି ସେହି ଅନୁପାତରେ ତାପମାତ୍ରା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ସେହି କଥାକୁ ଚିନ୍ତା କରି ଜୁନ ୫ ବିଶ୍ୱ ପରିବେଶ ଦିବସ ଅବସରରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ମା’ ରାମଚଣ୍ଡୀ ମନ୍ଦିର ପରିସରରେ ମା’ ରାମଚଣ୍ଡୀ ଟ୍ରଷ୍ଟ, ମନ୍ଦିର ପରିଚାଳନା କମିଟି, ପୂଜା କମିଟି, ଓଏସ୍‌ଏପି ଅଷ୍ଟମ ବାଟାଲିଆନ୍‌ର ସଦସ୍ୟ, ପ୍ରତିଭା କଲେଜର ଛାତ୍ର ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ବୃକ୍ଷରୋପଣ କାର୍ଯ୍ୟକ୍ରମ ପୂର୍ବାହ୍ନ ସମୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଏସ୍‌ଏପି ଅଷ୍ଟମ ବାଟାଲିୟନର କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାସ ଯୋଗଦେଇ ବୃକ୍ଷରୋପଣ କରିବା ସହ ସମସ୍ତଙ୍କୁ ଭବିଷ୍ୟତରେ ପର୍ଯ୍ୟାପ୍ତ ମାତ୍ରାରେ ବୃକ୍ଷରୋପଣ କରିବାକୁ ଆହ୍ୱାନ କରିଥିଲେ । ସେହିପରି ମନ୍ଦିର ଟ୍ରଷ୍ଟି ଟୁଲୁ ପଣ୍ଡା, ପରିଚାଳନା କମିଟିର ସଭାପତି ପ୍ରଶାନ୍ତ ନାୟକ, ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା, ସଂଯୋଜକ କମଲ ପଣ୍ଡା, ପୂଜା କମିଟିର ଉପଦେଷ୍ଟା ତଥା ଛତ୍ରପୁର ଏସ୍‌ଡ଼ିଜେଏମ୍‌ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ତ୍ରିପତି ବାଲାଜୀ ମିଶ୍ର ଓ କେ. ସତ୍ୟନାରାୟଣ ରେଡ୍ଡୀ, ସ୍ଥାନୀୟ ସରପଞ୍ଚ ଅଜୟ ନାୟକ, ଲସିତ ବରଣ ବେହେରା, ରାଜେନ୍ଦ୍ର ବେହେରା, ଜୀବନ କୁମାର ମହାରଣା, ସନ୍ତୋଷ ପଣ୍ଡା, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ମାଧବ ସାସମଲ, ନାରାୟଣ ସାହୁ, ଜି ଗୋରେୟା ପ୍ରମୁଖ ଯୋଗ ଦେଇଥିଲେ । ସର୍ବଶେଷରେ ଭୁବନେଶ୍ୱରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସେବା ପ୍ରତିନିଧିର ମୁଖ୍ୟ ନୀଳମଣି ମିଶ୍ର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ପ୍ରତିଭା କଲେଜର ଛାତ୍ରମାନଙ୍କୁ ଭବିଷ୍ୟତରେ ପରିବେଶର କିପରି ସୁରକ୍ଷା କରାଯିବ ତଥା ଛାତ୍ରମାନେ କିପରି ଭଲ ମଣିଷ ହେଇ ପରିବେଶକୁ ସଜାଡିପାରିବେ ସେ ନେଇ ନିଜର ମତବ୍ୟକ୍ତ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରୁ ଉଚ୍ଚ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.