
ଭୁବନେଶ୍ୱର : ରାଜ୍ୟର ୮ଟି ଉତ୍ପାଦକୁ ଭୌଗୋଳିକ ସଂକେତ ବା ଜିଆଇ ଟ୍ୟାଗ୍ ମିଳିଛି । ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ସାମାଜିକ ଗଣମାଧ୍ୟମ ଟ୍ୱିଟରରେ ଏହି ସୂଚନା ଦେଇଛି । ଏଥିରେ ଖଜୁରୀ ଗୁଡ଼, ମଗଜି , କାଇ ଚଟଣୀ, କଣ୍ଟେଇମୁଣ୍ଡି ବାଇଗଣ, ଏମ୍ବ୍ରାଡରୀ ସାଲ୍, ରସାବଳି, କଳାଜିରା ଧାନ ଓ ସଉରା ଚିତ୍ରକଳାକୁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଢେଙ୍କାନାଳର ମଗଜି, ମୟୂରଭଂଜର କାଇ ଚଟଣୀ, ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣ, ଡଙ୍ଗରିଆ କନ୍ଧ ଏମ୍ବ୍ରୋଡରୀ ସାଲ୍, କେନ୍ଦ୍ରାପଡ଼ାର ରସାବଳୀ, କୋରାପୁଟର କଳାଜିରା ଧାନ ଓ ଲାଞ୍ଜିଆ ସଉରା ଚିତ୍ରକଳାକୁ ଭୌଗଳିକ ସଂକେତ ଟ୍ୟାଗ୍ ମାନ୍ୟତା ମିଳିଛି ।