oom

ମହାଶିବରାତ୍ରି ଅବସରରେ କୋଶଲି କବିତା ଆସର

jsmm

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ଖୁଳାଗଡ ଜଙ୍ଗଳ ପାହାଡ ଝରଣା ମନୋରମ ପରିବେଶ ଭିତରେ ରହିଛି ଖୁଳେଶ୍ୱର ବାବାଙ୍କ ମନ୍ଦିର ସେଥିପାଇଁ ଏଠାକୁ ଶିବରାତ୍ରିରେ ଦୂର ଦୁରାନ୍ତରୁ ଧାଇଁ ଆସନ୍ତି ଅନେକ ଭକ୍ତ । ଚଳିତ ବର୍ଷ ମହାଶିବରାତ୍ରି ଅବସରରେ କୋଶଲି କବିତା ଆସର ଅନୁଷ୍ଠିତ ହୋଇଥିଲା । କବି ବୈରାଗୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କୋଶଲି କବିତା ଆସରରେ କବୟିତ୍ରୀ ସବିତା ମହରା ଯୋଗଦେଇ ଖୁଳାଗଡ ପ୍ରାଚୀନ ଗଡ଼ ଥିଲା ଏହାର ଗବେଷଣା କଲେ ଆହୁରି ଅନେକ କଥା ଏହି ଗାଁ ବିଷୟରେ ଜାଣିହୁଅନ୍ତା ବୋଲି କହିଥିଲେ । ଏହି ଅବସରରେ କବି ନିରଞ୍ଜନ ପଣ୍ଡାଙ୍କୁ ପବିତ୍ର ସାହୁ ସ୍ମୃତି ସମ୍ମାନ ଆଉ କବି ଦେବେନ୍ଦ୍ର ନାଏକଙ୍କୁ କୋଶଲି ସଂଗଠକ ସମ୍ମାନରେ ସମ୍ମାନିତ କରାଯାଇଥିଲା । କବି ଅର୍ଜୁନ ସାହୁ ସ୍ଵାଗତ ଭାଷଣ ଦେଇଥିବା ବେଳେ କବି ରବିଚନ୍ଦ୍ର ସାହୁ କବିତା ଆସରକୁ ସଂଯୋଜନା କରିଥିଲେ । ଏହି ଅବସରରେ ହାଇଦ୍ରାବାଦରେ କାର୍ଯ୍ୟରତ ପରମାଣୁ ବିଭାଗର ବୈଜ୍ଞାନିକ ଅଧିକାରୀ ପଦ୍ମନାଭ ପଧାନ ପରିବାର ସହ ଯୋଗଦେଇ ଖୁଳାଗଡ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ତଥା ଏଠି ଯୋଗ ଧ୍ୟାନ କରିବା ପାଇଁ ଉଚିତ୍ ବାତାବରଣ ରହିଛି, ଏହି ସ୍ଥାନର ଉନ୍ନତି କରାଯାଇ ଏକ ପର୍ଯ୍ୟଟନ ସ୍ଥଳ କରାଗଲେ ବର୍ତ୍ତମାନ ବ୍ୟସ୍ତ ବହୁଳ ମଣିଷ ସମାଜ ପାଇଁ ଆଧ୍ୟତ୍ମିକ ତଥା ଶାନ୍ତି ପ୍ରଦାନ କରିବ ଯଦି ଖୁଳାଗଡ, କଣ୍ଠେସ୍ଵରପୁର ଓ ଗନ୍ଧମାର୍ଦନକୁ ନେଇ ଏକ ଆଧ୍ୟତ୍ମିକ କରିଡର କରାଯିବ ତାହେଲେ ପଶ୍ଚିମ ଓଡିଶାର ପର୍ଯ୍ୟଟନ କ୍ଷେତ୍ରରେ ଏକ ନୂତନ ସମ୍ଭାବନା ସୃଷ୍ଟି କରିବ ବୋଲି ମତ ରଖିଥିଲେ । କବି ନବରତ୍ନ ସାହୁ, ନିଲମ ପଣ୍ଡା, ଗରିବ ମଲ୍ଲିକ, ମୁରଲୀ ଶିକା, ହିମାଂଶୁ କୁମ୍ଭାର, ରାଜେଶ ଶର୍ମା, ଶମ୍ଭୂ ଘିଭେଲା ତଥା ବଲାଙ୍ଗିର, ବରଗଡ, ସୋନପୁର ଜିଲ୍ଲାର ବହୁ କବି ଯୋଗଦେଇ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମକୁ ଖୁଳାଗଡ ଗ୍ରାମବାସୀ ସହଯୋଗ କରିଥିଲେ । ଶେଷରେ ଶ୍ୟାମ ବାରିକ୍ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.