ତୃତୀୟ ତୋଷାଳୀ ମହୋତ୍ସବ ଉପଲକ୍ଷେ ବହୁଭାଷୀ କବିତା ଆସର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ତୃତୀୟ ତୋଷାଳୀ ମହୋତ୍ସବ ଉପଲକ୍ଷେ ରବିବାର ଅପରାହ୍ନରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ତୁଷୁରାର ବୌଦ୍ଧିକ ମଣ୍ଡପଠାରେ ନିଷାନ୍ କୁଟୁମ୍ ଆନୁକୂଲ୍ୟରେ ବହୁଭାଷୀ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଅଧିବେଶନରେ ନିଷାନ୍‌ର ସଭାପତି ଶ୍ୟାମ ସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ନିଷାନ୍‌ର ସଂପାଦକ ଆଶୁକବି ହେମନ୍ତ ଦାଶ ସଭା ସଞ୍ଚାଳନ କରିଥିଲେ । ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ତଥା ସ୍ତମ୍ଭକାର ତୁଳସୀ ଜୈନ ଯୋଗ ଦେଇ କୋଶଲି ଭାଷରେ ବୃଦ୍ଧି ସକାଶେ ନିଷାନ୍ ସାହିତ୍ୟ ସଂସଦର ଭୂମିକାକୁ ଭୂୟସୀ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ କୋଶଲ ସାହିତ୍ୟ ଏକାଡେ଼ମୀର ସଭାପତି ଦେବେନ୍ଦ୍ର ନାଏକ, ତୋଷାଳୀ ମହୋତ୍ସବ କମିଟିର ସଭାପତି ବ୍ରହ୍ମାନନ୍ଦ ପାଣ୍ଡିଆ, ଉପ ସଭାପତି ଦେବବ୍ରତ ପାଣିଗ୍ରାହୀ, ସଂପାଦକ ଜିତେନ୍ଦ୍ର ମହାପାତ୍ର, ୟୁଥ୍ ଏକ୍‌ସନ୍ କମିଟିର ସଭାପତି ଲିସନ୍ କୁମାର୍ ପ୍ରଧାନ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ବାଗ୍ମୀ ରାଜମଣି ସାହୁ ଯୋଗ ଦେଇ କୋଶଲି ଭାଷାର ଐତିହାସିକ ପୃଷ୍ଠଭୂମି ଉପରେ ଆଲୋକପାତ କରିଥିଲେ । ନିଷାନ୍ ସାହିତ୍ୟ ସଂସଦ ତୁଷୁରା ବଲାଙ୍ଗିର ତରଫରୁ ୨୦୨୪ ବର୍ଷ ପାଇଁ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ପ୍ରତିଭାଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ।
୧) ସ୍ୱର୍ଗତ ରମେଶ ପ୍ରଧାନ ସ୍ମୃତି ସମ୍ମାନ – ବାଳୁକା ଶିଳ୍ପୀ ଓମ୍ ପ୍ରକାଶ ସାହୁ, କଳାହାଣ୍ଡି
୨) ନିଷାନ୍ ଏକପଦି କବିତା ସମ୍ମାନ – କବୟିତ୍ରୀ ସାବିତ୍ରୀ ସାହୁ, ବଲାଙ୍ଗିର
୩) ନିଷାନ୍ ଏକପଦି ଧାରାବାହିକ ସମ୍ମାନ – ଉମେଶ ପ୍ରଧାନ, ବରଗଡ
୪) ନିଷାନ୍ ଯୁବକବି ସମ୍ମାନ – ସତ୍ୟଭୁଷଣ ସାହୁ, ବରଗଡ଼
୫) ନିଷାନ୍ ନାଟକ୍ ସମ୍ମାନ – ଶ୍ରୀମତୀ ଚନ୍ଦ୍ରାବତୀ ପାଣ୍ଡେ, ସୋନପୁର
୬) ନିଷାନ୍ କଥାନି ସମ୍ମାନ – ଧର୍ମେନ୍ଦ୍ର ପ୍ରଧାନ, ବରଗଡ଼
୭) ନିଷାନ୍ କଳାକାର୍ ସମ୍ମାନ – ସୁଶ୍ରୀ ଲିପ୍‌ସା ମହାରଣା, କଳାହାଣ୍ଡି
୮) ନିଷାନ୍ କଲାପଟା ସାହିତ୍ୟ ସମ୍ମାନ – ଘଣ୍ଟି ସାହିତ୍ୟ ଅନୁଷ୍ଠାନ, ସମ୍ବଲପୁର
୯) ନିଷାନ୍ ସମ୍ବାଦିକ ସମ୍ମାନ – ସମ୍ବାଦିକ ସୁନିଲ ଜୈନ
୧୦) ମନସ୍ଵିନୀ ସମ୍ମାନ – ଶ୍ରୀମତୀ ସବିତା ମହରା, ବଲାଙ୍ଗିର
୧୧) ମନସ୍ଵିନୀ ସମ୍ମାନ – ଦେବଦତ୍ତ ପଣ୍ଡା, ସୋନପୁର
ଦ୍ୱିତୀୟ ଅଧିବେଶନରେ କବୟିତ୍ରୀ ସବିତା ମହରା ଓ ଚନ୍ଦ୍ରାବତୀ ପାଣ୍ଡେଙ୍କ ସଂଯୋଜନାରେ ବହୁଭାଷୀ କବିତା ଆସର ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିର, କଳାହାଣ୍ଡି, ସୁବର୍ଣ୍ଣପୁର, ବରଗଡ଼, ସମ୍ବଲପୁର ଓ ବୌଦ୍ଧ ଆଦି ଜିଲ୍ଲାରୁ ଆସିଥିବା କବି ଓ କବୟିତ୍ରୀମାନେ ସ୍ୱରଚିତ କବିତା ପାଠ କରି ଉପସ୍ଥିତ ଶ୍ରୋତାଙ୍କୁ ମନମୁଗ୍ଧ କରି ଦେଇଥିଲେ । ସଭା ପ୍ରାରମ୍ଭରେ କବୟିତ୍ରୀ ତୃପ୍ତିମୟୀ ତ୍ରିପାଠୀ ସ୍ୱାଗତ ସଂଗୀତ ପରିବେଷଣ କରିଥିବା ବେଳେ ଶେଷରେ କବୟିତ୍ରୀ ବବିତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.