- ଆନଂଦ ଚଂଦ୍ର ସାହୁ
ନିଜର୍ ଜୀବନ୍ର ହରେକ୍ ସମିଆଁ କେ ଛାତି ଥି ଜାଁକି କବିତାର ଝର୍ନା ଟେ ବୁହେଇ ଦେସି କବି । ତା’ର ପିକାଲା ଦିନୁଁ ଖାଲି ନିଜ କେ ଚିନ୍ହ୍ବାର୍ ଆଏ ଉପେ ଥି ମାତିଥିସି ଯେ ମାତିଥିସି, ଯେନ୍ ଆଡ୍କେ କଢେଇ ନଉଥିସି ତାହାକେ ବାଟ୍ । ସବୁ ସମିଆଁ କେ ସେ ଖିଂଦ୍ଖିଂଦାଲି କରି ଇଁଚ୍ରଉ ଥିସି ଆର ସେନୁଁ ସାଆଁଟୁ ଥିସି ଗହ ଗହ ମହ ମହ ପନ ।
ସାଧା ମୁନୁଷ୍ କବି କେ ବଢେ ଅଡ଼ୁଆ ଲୋକ୍ ଟେ ବଲି ଭାବି ନେସି । କେନେ କେନ୍ତା କବି କେ ତ’ ପାଗଲ୍ ବି ବଲସନ୍ ଗାଁ ମାଁର୍ ଲୁକେ । ଇତାର୍ ବି କାରନ୍ ଅଛେ । କବି ଯେନ୍ ପର୍କାରେ ନିଜର୍ ଭିତ୍ରେ ନିଜ୍କେ ଥାପି ମାରି, ନିଜ୍କେ ଚିନ୍ହ୍ବାର୍ ଆଏଉପେ ହର୍ମେସା କରୁଥିସି, କିଏ ଭେଦ୍ବା ତାହାକେ! ସବୁବେଲେ କେହେନ୍ସି ନି କେହେନ୍ସି ଖୁଜାନୁରା ଥି ଲାଗି ପଡ଼ିଥିସି ବୁପ୍ରା କବି । କବିର ଇ’ ନୁର୍ବାର୍ ପର୍କୁତିର ମୁଲ୍ କି ଟିପି କିଛି ଜାନି ନେଇଁ ପାରେ ସାଧା ମୁନୁଷ୍ । କବିର୍ ଅସଲ୍ ଜାଗା ଯେନ୍ ଠାନେ, ସେନ୍କେ ପୁହୁଁଚିବାର କେ ସାଧା ମୁନୁଷ୍ କେ ମହା କାଠିକର୍ ପାଠ୍ ଆଏ । ଇଥିର ଲାଗି କାଏଁସେ କବିର୍ ଭାବ୍ନା କେ ଜୀବନ ଜଁଜାଲ୍ ଥି ଘାଁଟି ହଉଥିବାର୍ ମୁନୁଷ୍ ହେଜି ନେଇଁପାରେ ।
ସତ୍ କହେବାର୍ ଲାଗି ଗଲେ, କବିତାର୍ ସାଂଗେ ଜୀବନର୍ ଯେତେ ଗାଢ଼ା ଲେତାଗୁତା ଅଛେ, ଜୀବନର୍ ସାଂଗେ ବି କବିତାର ସେତେ ଗାଢ଼ା ସଂପର୍କ ରହିଛେ । ନିଜର୍ ଆର୍ ନିଜର୍ ଆସ୍ପାସର୍ ଦୁଖ୍ଦଷା କେ, ହଁସା ଗିଜ୍ରା କେ, ସେନ୍ହୋ ଶର୍ଧା କେ ନେଇ କବି ଯେନ୍ କବିତା ଟେ ଲେଖି ଦେଇଥିସି, ସେନୁଁ ସେ ସାଁକଲି ପକାସି ଜୀବନ କେ ଉସାସେ ଉସାସେ ଜିଁ’ ଦେବାର ପର୍ଛା ବାଟ୍ । ସେ କବିତା ଥୁ ପାଠକ ମାନେ ବି ପାଇ ଯାଏସନ୍ ଜୀବନ ଜିଁ’ବାର ସଲଖ୍ ସୁଂଦର୍ ଦଗ୍ଦଗା ହୁରି । ହେଥିର୍ କାଜେ କୁହାଯାଇଛେ, ଯେନ୍ କବି ଯେତେ ମୁହାଁମୁହିଁ ଭେଟିଛେ ସମିଆଁ କେ, ସାଆଁଟିଛେ ସମିଆଁ କେ ଆର ନିଜର୍ ଛାତି ଥି ପୁରା ବାଂଧିଛେ ବି ସମିଆଁ କେ…. ସେ କବି ସେତେ ଛିଁ ପାରିଛେ ମୁନୁଷର୍ ମନ୍ ଜୀବନ୍ କେ । କବି ବିନୋଦ ଚଂଦ୍ର ନାୟକ ଝନେ ପୁଓ ବଏସର କବି କେ ଘାଏ କହିଥିଲେ- “ପହେଲା ଯ’ ଆର୍ ମରନର୍ ସାଂଗେ ମୁହାଁମୁହିଁ ହ’, ସେନୁ ଫିରି କରି ନିଜର୍ କଲମ୍ ଧର । ଦେଖ୍ବ, ଜିଇଁଲା କବିତା ବାହାରିବା କଲମ ନୁଁ ।”
କବିତା ଲେଖ୍ବାର୍ଟା କି ପଢ଼ବାର୍ଟା ଗୁଟେ ବଏସରା ଆଏ ବଲି ସିର୍ଜିନା କବିଟେ କେଭେ ନେଇଁ ଭାବେ । କବିତା ଥି ସେ ଜୀବନ୍ ଜିଇଁସି । ଇ’ ବଡ଼ ଗଖା ସଁସାର କେ ଘାଁଟୁଥିସି ଜେ ଘାଁଟୁଥିସି । ସେନୁ ଅମରୁତ୍ ବାହାରୁ କି ବଷ୍…. ସେ’ଟା କେ ସାଁକଲି ଗହ ଗହ ମହ ମହ ହଉଥିସି ଅଁଠିପହର୍ ।
ହାତ ଅମ୍ରେଇ ହେଲା ଖେକ୍ନି ନେ ବି ଝୁଲୁଥିବାର ସୁଖର୍ ଥଏଲି କେ ଟପୋ କରି ନେଇଁ ହାତ୍ଲେ କି କେନ୍ ଗୁଟେ ଗାଢ଼ା ରାତିର ଆଏର ନୁଁ ଆ’ ଆ’ ବଲି ଡାକୁଥିବାର ବହକିଆ ସୁର ଆଡେ଼ ମୁହୁଁ ନେଇଁ ବୁଲେଇ ପାରେ କେଭେ ବି କବି । ତା’ର ପଛେ କାଣା ଅଛେ, ଆର ପଛେ କାଣା ଅଛେ… ନୁରୁଥିସି ଯେ ନୁରୁଥିସି । ଏନତା କି ନିଜର ଗାଗ୍ରେ ନିଜେ ଖୁଂଦି ଖୁଂଦି ଖଁଡ଼ିଆ ହେଇ ଘା’ର ଦୁଖା କେ ମନ ଭରତେଲ ପିଉଥିସି ବି ବୁପ୍ରା କେନେ କେନ୍ତା ।
ସମାଜ୍ ଥି ଚାଲିଥିବାର ବିଧି ବେବସ୍ଥା କେ ହେନ୍ତେ ହି ଟପୋ କରି ମାନି ନେଇଁପାରେ କବି କି ଉସନାକ୍ର ଖଲାଟେ ବଲି ଜୀବନ କେ ବି କେଭେ ନେଇଁ ଭାବେ । ତାହାକେ କେଭେ ବାଏବିଛୋ ନେଇଁ କରିପାରେ ଗୁଡ଼ିର ଘଁଟ ଶବଦ କି ଗିର୍ଜା, ମସଜିଦ୍ର ଭକ୍ତିଆ ପନ୍ । ଏନ୍ତା କି ତାହାକେ ବାଂଧି ନେଇଁପାରେ ନିଜର ସପନ୍ ରାନୀର୍ ଭାବ ବି କେଭେ କେନ୍ତା । କାହାର୍ ବୋଲ୍କରା ହେବାକେ ତାର୍ ନିସ୍ପତି ପସଂଦ ନେଇଁ । ନିଜେ ବି କେଭେ କାହାର୍ ନେ ସାଁକାର ପନ୍ ନେଇଁ ଲଦି ଦିଏ ଭାବେ ହଉ କି ଅଭାବେ ହଉ ।
କବି ଝନେ ଅଡ଼ୁଆ ଲୋକ । ସାଧା ମୁନୁଷ୍ ଟେ ନିଜର୍ ଭିତରେ ଥିବାର ଅନମୁନ୍ଷିଆ ପନ୍କେ ହର୍ସେସା ଲୁକାବାର୍ କେ ଚାହୁଁଥିଲା ବେଲ୍କେ ବୁପରା କବି ନିଜର ମୁନୁଷ୍ ପନ ନୁଁ ପଶୁ ପନ୍ ତକ୍ ସବୁକେ ଟପୋ ଟାପୋ ଡିବ୍ଡ଼ିବି ପିଟି ଦେସି କବିତାର ଗାଗ୍ରେ । କେତେବେଲେ ରଟ୍ ଖରା ଥି ଠାଡ୍ ହେଇ ଜନ୍ ତରାର୍ ଶୀତଲ୍ ପନ୍ କେ ହେତଉ ଥିସି, ତ କେତେବେଲେ ଗୁର୍ଦୁ ଦିନର୍ ଉପାସ୍ ଉତରୁ ହେଜୁଥିସି ଖାଏବାର ଗର୍ସା କେ ।
ନିଜର ଭିତ୍ରେ ଏକା ଭୋକକେ ଖୁଂଦି ଭୋକ୍ ନୁଁ ଖାଏବାର୍ ଗର୍ସା ତକ୍ ଥିବାର ଧର୍ସା ଥି ଟରୋ ଟରୋ ଚାଲୁଥିସି । ନିଜର୍ ଭିତ୍ରେ ଏକା ପାଉଥିସି, ହଜଉଥିସି ସକାଲ୍କେ । ଅଂଧାର୍କେ ବି । କବି ନିଜେ ଏକା ଗୁଟେ ଗଖା ପୁର୍ଥୀ ଆର୍ ତା’ର ଭିତ୍ରେ ଖୁଂଦି ହେଇଥିସି ସବୁ ଜିଇଁଲା ଛାଏଁ ।
ସାଧା ମୁନୁଷ୍ଟେ ବିପଦ୍ ନୁଁ ନିଜ୍କେ ହଟେଇ ଆନ୍ବାକେ ଚାହୁଁଥିଲା ବେଲ୍କେ ବିପଦ ସାଂଗେ ମାରସାତ୍ ବସବାର୍କେ କବିର୍ ବଡ଼ା ମନ୍ । ହେଥି ବି ସେ ବଡ଼ା ଉସତ ।