ommm
jittmm

ବଜ୍ରପାତରେ ଯୁବକଙ୍କ ମୃତ୍ୟୁ

ଆଗଲପୁର, (ବିମଳେନ୍ଦୁ ସାହୁ) : ବଜ୍ରାଘାତ ଯୋଗୁଁ ଆଗଲପୁର ବ୍ଲକ ଡୁଡୁକା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ହେଲେ ସଂଜିତ୍ ନାଏକ(୨୩) । ଗତକାଲି ଅପରାହ୍ନରେ ସଂଜିତ ଗାଈ ଖୋଜିବାକୁ ବାହାରକୁ ଯାଇଥିଲେ । ଏହି ସମୟରେ ବର୍ଷା ସହିତ ବଜ୍ରପାତ ହେବା ଯୋଗୁଁ ଆଦିତ୍ୟଙ୍କ ମୃତ୍ୟୁ ହୋଇଥିଲା । ସନ୍ଧ୍ୟା ସୁଦ୍ଧା ସଂଜିତ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ବିଳମ୍ବିତ ସନ୍ଧ୍ୟାରେ ଗାଁ ଠାରୁ ପ୍ରାୟ ୧ କିମି ଦୂରରେ ଏକ ଚାଷଜମିରେ ସଂଜିତଙ୍କୁ ମୃତ ଅବସ୍ଥାରେ ପଡ଼ିଥିବା ଲୋକେ ଦେଖିବାକୁ ପାଇଥିଲେ । ଆଗଲପୁର ପୋଲିସ ଓ ରାଜସ୍ବ ବିଭାଗ ପହଞ୍ଚି ଘଟଣାର ତଦନ୍ତ କରିଥିଲେ । ସ୍ଥାନୀୟ ସରପଞ୍ଚ ଅଶୋକ ପଟେଲ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାଯାଇଛି ।

Leave A Reply

Your email address will not be published.