oom

ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ ବୃଦ୍ଧବୃଦ୍ଧାଙ୍କୁ ମାସ୍କ ଓ ଶୀତବସ୍ତ୍ର ବଣ୍ଟନ

jsmm

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ତାଡେପଲ୍ଲୀ ସାହିସ୍ଥ ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ ଟ୍ରଷ୍ଟି ସାଗରିକା ପଣ୍ଡାଙ୍କ ଅଧ୍ୟକ୍ଷତାରେ ବୃଦ୍ଧବୃଦ୍ଧାମାନଙ୍କୁ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଦନେଇ ବ୍ରହ୍ମପୁର ଗ୍ରାମର ୧୧ ଜଣ ଅସହାୟ ବୃଦ୍ଧବୃଦ୍ଧାମାନଙ୍କୁ ଟ୍ରଷ୍ଟ ପକ୍ଷରୁ ମାସ୍କ ସହ ଶୀତବସ୍ତ୍ର ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ, ଶିକ୍ଷାବିତ୍ କୃପାସିନ୍ଧୁ ପଣ୍ଡା, ଯୁବ ବିଜେଡି ନେତା ଅଟଳ ବିହାରୀ ପଟ୍ଟନାୟକ, ଛତ୍ରପୁର ପ୍ରେସ କ୍ଲବର ସଭାପତି ପ୍ରଶାନ୍ତ କୁମାର ମହାରଣା, କୋଷାଧ୍ୟକ୍ଷ ସରୋଜ କୁମାର ସାମଲ, ଯୁବ ସାମ୍ବାଦିକ ସନ୍ତୋଷ କୁମାର ସାହୁ ପ୍ରମୁଖ ସକ୍ରିୟ ଯୋଗଦେଇ କରୋନା ମହାମାରୀର ତୃତୀୟ ଲହର ଆସିବାର ସମ୍ଭାବନା ରହିଥିବାରୁ ସମସ୍ତେ କିପରି ମାସ୍କ ସହ ସଚେତନତା ରହିବାକୁ ପରାମର୍ଶ ଦେଇଥିଲେ । ଏ ସଂପର୍କରେ ବୃଦ୍ଧବୃଦ୍ଧାମାନଙ୍କୁ ସଚେତନତା କରିବା ସହ ଶୀତ ବସ୍ତ୍ର ବଣ୍ଟନ କରିବାକୁ କୁହାଯାଇଛି । ସମସ୍ତ କାର୍ଯ୍ୟକ୍ରମକୁ ଟ୍ରଷ୍ଟି ଶ୍ରୀମତି ସାଗରିକା ପଣ୍ଡା ଓ ପୁଷ୍ପାଞ୍ଜଳି ସାହୁ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.