ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଓଆଇସି ରଂଜନ ବରିହାଙ୍କ ବଦଳି ହେବା ପରେ ଦେଓଗାଁ ଥାନାରେ ନୂଆ ଆଇଆଇସି ଭାବେ ପ୍ରଭାତ ରଂଜନ ମହାନ୍ତି ଯୋଗ ଦେଇଛନ୍ତି । ସେ ଏହା ପୂର୍ବରୁ ଟିଟିଲାଗଡ଼ ଥାନାରେ ଆଇଆଇସି ଭାବେ କାର୍ୟ୍ୟରତ ଥିଲେ । ସୂଚନା ଯୋଗ୍ୟ ଯେ, ଦେଓଗାଁ ପୁଲିସ ଫାଣ୍ଡି ଥାନା ହେବା ପରେ ଦେଓଗାଁ ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଦେଢ଼ବର୍ଷ ଭିତରେ ଦୁଇଜଣ ଅଧିକାରୀଙ୍କ ବଦଳି ହୋଇଥିବାରୁ ଅନେକ ଅପରାଧିକ ମାମଲା ଫାଇଲ ଭିତରେ ଚାପି ହୋଇରହିଛି । ଦେଓଗାଁ ଅଞ୍ଚଳରେ ବଢୁଥିବା ଅପରାଧିକ କାର୍ୟ୍ୟକଳାପ ନରକଙ୍କାଳ ଉଦ୍ଧାର ଘଟଣା ହେଉକି ସୁନା ବ୍ୟବସାୟୀ ହତ୍ୟାକାଣ୍ଡ ତା ସହ ବେଆଇନ ଭାବେ ଚାଲୁଥିବା ସଟ୍ଟା, ମଦ, ଗକ୍ଷଞ୍ଜଇ କାରବାର ଉପରେ ନୂଆ ଆଇଆଇସି ଦୃଢ଼ ପଦକ୍ଷେପ ନେବେ ବୋଲି ଅଞ୍ଚଳବାସୀ ଆଶା କରୁଛନ୍ତି ।