ପୁରୀ ରଥଯାତ୍ରାରେ ସାମାଜିକ ସେବା ଶିବିରରେ ସୁବର୍ଣ୍ଣପୁର ଜେଆର୍‌ସି ପରାମର୍ଶଦାତାଙ୍କ ଯୋଗଦାନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖାର ଆବାହକତ୍ଵରେ ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇଙ୍କ ସୁପାରିଶ କ୍ରମେ ରାଜ୍ୟ ରେଡକ୍ରସ ଅଫିସର ଲକ୍ଷଣ ସ୍ଵାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସାମାଜିକ ସେବା ଶିବିର ରଥଯାତ୍ରା ପୁରୀରେ ଜିଲ୍ଲା ଜୁନିୟର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତଙ୍କ ନେତୃତ୍ଵରେ ସୋନପୁରରୁ ଜେଆର୍‌ସି କାଉନସିଲରମାନେ ଯୋଗଦାନ କରି ନିଜର ସେବା ଦାନ କରିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ଜେଆର୍‌ସି ଓ ପଣାୟତଙ୍କ ସମେତ ଜେଆରସି କାଉନସିଲର ଚନ୍ଦ୍ରମଣି ବାଘ, ନିମେଇ ଚରଣ ମଲ୍ଲିକ, ଗୋପେଶ ପଣ୍ଡା ପ୍ରମୁଖ ପୁରୀ ରଥଯାତ୍ରାରେ ଯୋଗଦେଇ ସ୍ୱଚ୍ଛତା, ଜଳ ସିଞ୍ଚନ, ପାନୀୟ ଜଳ ଏବଂ ଓଆର୍‌ଏସ୍‌ ବଣ୍ଟନ, ପ୍ରାଥମିକ ଚିକିତ୍ସା, ଅଚେତ୍ ବ୍ୟକ୍ତିଙ୍କୁ ଅସ୍ଥାୟୀ ଚିକିତ୍ସା ଶିବିରକୁ ସ୍ଥାନାନ୍ତର କରିବା ଭଳି ବିଭିନ୍ନ ସେବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ।

jittmm
Leave A Reply

Your email address will not be published.