ବାସନ୍ତୀ ପାଠାଗାରର ଆନୁକୂଲ୍ୟରେ ଆନ୍ତର୍ଜାତିକ ଯୋଗ ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାର ଆନୁକୂଲ୍ୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଠାଗାର ପରିସରରେ ପାଳିତ ହୋଇଯାଇଛି । ଯୋଗଗୁରୁ ତଥା ପାଠାଗାରର ସଂପାଦକ ବିକ୍ରମଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଗୁରୁ ପୀତବାସ ପ୍ରଧାନ ଓ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ଅତିଥି ଭାବେ ଯୋଗଦେଇ ଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ, ଯୋଗ ସଂସ୍କୃତ ଶବ୍ଦ ‘ୟୁଜ’ରୁ ଉତ୍ପନ୍ନ । ଯାହାର ଅର୍ଥ ହେଉଛି ଏକତା । ଯୋଗାସନ ଶରୀର ଏବଂ ଆତ୍ମାର ସୁସଂଗତ ଏକତ୍ରିକରଣକୁ ପ୍ରତିପାଦିତ କରେ । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ମାନସିକ ସନ୍ତୁଳନ, ଶାନ୍ତି ଏବଂ ଆତ୍ମତୃପ୍ତି ହାସଲ କରିବା । ଯୋଗ ଶାରୀରିକ ସ୍ଥିତି, ଶ୍ବାସ ନିୟନ୍ତ୍ରଣ, ଧ୍ୟାନ ଆଦିକୁ ସମାହିତ କରେ । ଏହି ଅବସରରେ ଯୋଗଗୁରୁ ଶ୍ରୀ ଆଚାର୍ଯ୍ୟ ବିଭିନ୍ନ ପ୍ରକାର ଆସନ ଓ ପ୍ରାଣାୟମ କରି ତାର ଉପକାରିତା ସଂପର୍କରେ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପାଠାଗାରର କାର୍ଯ୍ୟକାରୀ ସଭାପତି ବିଭୁଦତ୍ତ ବେହେରା, ଡଃ ଶକ୍ତିପ୍ରସାଦ ସାମନ୍ତରାୟ, ଗଦାଧର ରଥ, କୁଳମଣି ଦାସ, ଅଜୟ ମହାନ୍ତି, ଶ୍ରୀକାନ୍ତ ପାଣିଗ୍ରାହୀ, ସରୋଜ ପାତ୍ର, କିଶୋରୀ ମୋହନ କର, ଅଜୟ ପ୍ରଧାନ, ବିବେକ ପାତ୍ର, କମଳା ଆଚାର୍ଯ୍ୟ, ଶରତ ରାଉତ, ଅରବିନ୍ଦ ପାତ୍ର, ପ୍ରକାଶ ପାଢୀ, ବସନ୍ତ, କବିତା ଦାଶ, ପ୍ରିୟା ପାତ୍ର, ସଂଯୁକ୍ତା ଦାଶ, ନିରୁପମା ଚାନ୍ଦ, ରୀନା ପାତ୍ର, ଅସୀମା ଦାଶଗୁପ୍ତା, ମମତା ମହାପାତ୍ର, ସୌଦାମିନୀ ମିଶ୍ର, ଚିତ୍ତରଞ୍ଜନ ଦାସ, ସୁବାସିନୀ ସାହୁ ପ୍ରମୁଖ ଉପସ୍ଥିତ ରହି ଯୋଗ ଶିକ୍ଷା ଲାଭ କରିଥିଲେ । ଏହି ଅବସରରେ ସଦସ୍ୟ ବିଷ୍ଣୁ ଚରଣ ସାହୁଙ୍କ ଜନ୍ମ ଦିବସ ହୋଇଥିବାରୁ ତାଙ୍କ ଉଦ୍ଦେଶ୍ୟରେ କେକ୍ କଟାଯାଇ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରାଯାଇଥିଲା । ଶେଷରେ ଶ୍ରୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.