ଜିଲାସ୍ତରୀୟ ଆଶା ଏବଂ ଗାଁ କଲ୍ୟାଣ ସମିତିଙ୍କ ସମାବେଶ

ସୁବର୍ଣ୍ଣପୁର, (ପ୍ରଭୁଦ‌ତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନରେ ଜିଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସଦସ୍ୟମାନଙ୍କ ସମାବେଶ ଅନୁଷ୍ଠିତ ହୋଇଥିଲା । ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ସୀତାରାମ ଶତପଥି ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କାର୍ୟ୍ୟକ୍ରମ ଉଦଘାଟନ କରିଥିଲେ । ସିଡିଏମ୍ଓ ତଥା ପିଏଚଓ ଡ: ଦିଲୀପ କୁମାର ପଣ୍ଡା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଆସ୍ତେରିଆ କେର୍କେଟା, ଏ ଡି ପି ଏଚ ଓ (ଭି ବି ଡି )ଡ଼ଃ ନବ କିଶୋର ବେହେରା ଆସିଷ୍ଟାଣ୍ଟ ମେନେଜର -ଆଶା ହିତେଶ ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ମଂଚାସୀନ ଥିଲେ । ଆଶା କର୍ମୀଙ୍କ ଭୂମିକା ସମ୍ପର୍କରେ ତଥା ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ସଦସ୍ୟ ମାନଙ୍କ କାର୍ୟ୍ୟଦକ୍ଷ୍ୟତାକୁ ଅଧିକରୁ ଅଧିକ ଲୋକାଭିମୁଖୀ କରିବାକୁ ଅତିଥି ବୃନ୍ଦ ମତ ପ୍ରକାଶ କରିଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକର ଶ୍ରେଷ୍ଠ ଆଶା କର୍ମୀ, ଶ୍ରେଷ୍ଠ ଗାଁ କଲ୍ୟାଣ ସମିତି ଓ ଶ୍ରେଷ୍ଠ ୩ ଗୋଟି ସି ଏଚ ସିକୁ ପୁରସ୍କୃତ କରାଯାଇଥିଲା । ଆକାଉଣ୍ଟାଣ୍ଟ, ଡିଏଚଏଚ ଅବିନାଶ ହୋତା ମଞ୍ଚ ପରିଚାଳନା କରିଥିବା ବେଳେ ଅଜୟ ଜେନା, ଲଜିଷ୍ଟିକ ଆସିଷ୍ଟାଣ୍ଟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କରୋନା, କନ୍ୟା ଭୃଣ ହତ୍ୟା, ବାଲ୍ୟ ବିବାହ ପ୍ରଭୁତି ସଚେତନତା ଧର୍ମୀ ନାଟକ ବିଭିନ୍ନ ବ୍ଲକ- ବୀରମହାରାଜପୁର, ବିନିକା, ଉଲୁଣ୍ଡା, ସୋନପୁର ତରଫରୁ ପରିବେଷଣ କରାଯାଇଥିଲା । କୋଭିଡ଼ ନିୟମାବଳୀ ପାଳନ ପୂର୍ବକ ସମାବେଶ ଆୟୋଜିତ ହୋଇଥିଲା । ଆଶା, ଗାଁ କଲ୍ୟାଣ ସମିତି ସଦସ୍ୟ ତଥା ମହିଳା ସ୍ୱାସ୍ଥ୍ୟ ସମିତିର ସଦସ୍ୟ ସମାବେଶରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.