ବଲାଙ୍ଗିର ଜିଲ୍ଲାପାଳଙ୍କ ଲାଠୋର ଅଞ୍ଚଳ ଗସ୍ତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଲାଠୋର ଅଞ୍ଚଳ ଗସ୍ତ କରିଛନ୍ତି ।ତାଙ୍କ ସହିତ ଖପ୍ରାଖୋଲ ବିଡ଼ିଓ ତରଣୀ ସୁନା, ତହସିଲଦାର ଧୀରଜ କୁମାର ପାତ୍ର, କନିଷ୍ଠ ଯନ୍ତ୍ରୀ ସୋମ୍ୟକୁମାର ଜୟପୁରିଆ, ବିଭିନ୍ନ ବିଭାଗର ଅଧିକାରୀ ପରିଦର୍ଶନରେ ସାମିଲ ଥିଲେ । ସର୍ବ ପ୍ରଥମେ ଫୁଳକିମୁଣ୍ଡା ଟିଏମସି କେନ୍ଦ୍ର ପରିଦର୍ଶନ କରି ଲାଠୋର ଗ୍ରାମ ପଞ୍ଚାୟତ ପହଞ୍ଚି ଥିଲେ । ସେଠାରେ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟ, କୋଭିଡ୍ ଟିଏମ୍‌ସି କେନ୍ଦ୍ର, ପରିଶେଷରେ ସେ ଲାଠୋର ପ୍ରାଥମିକ ଚିକିତ୍ସା କେନ୍ଦ୍ର ପରିଦର୍ଶନ କରି ସେଠାରେ ଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.