ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ମା’କୁ ସମ୍ମାନ ଗାଁକୁ କାମ ବୋଲି ନାରା ଦେଉଛନ୍ତି । କିନ୍ତୁ ବାସ୍ତବରେ ସତ୍ୟରେ ପରିଣତ କରିଛନ୍ତି ୫୦ ପ୍ରତିଶତ ମହିଳା ମାନଙ୍କୁ ସମ୍ମାନ ଦେବା ନିର୍ବାଚନରେ ଟିକଟ ଦେଇଛନ୍ତି ଓ ବିଜେଡି ଦଳର ମହିଳା ମାନେ ଆଶାବାଦୀ ମଧ୍ୟ ରହିଛନ୍ତି ଯେ, ପଞ୍ଚାୟତ ନିର୍ବାଚନରେ ବିଜେଡି ଦଳର ମହିଳା ପ୍ରାର୍ଥିନୀ ହିଁ ବିଜୟୀ ହେବ । ତା ସହ ରାଜ୍ୟ ସରକାରଙ୍କ ବିକାଶ କାର୍ଯ୍ୟକୁ ନେଇ ଲୋକଙ୍କ ପାଖରେ ପହଂଚି ଭୋଟ ହାତେଇବେ ବୋଲି ଆଶା କରିଛନ୍ତି । ତେବେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ପଞ୍ଚାୟତ ନିର୍ବାଚନ ପାଇଁ ରାଜନୈତିକ ଦଳ ମଧ୍ୟରେ ଜୋର ସୋର ପ୍ରଚାର ପ୍ରସାର ଚାଲିଛି । ଗାଁ ଗାଁରେ ଭୋଟ ହାତେଇବା ପାଇଁ ତିନିଟି ଦଳ ମଧ୍ୟରେ ଲଢେଇ ଜୋରଦାର ହେଉଛି । ରାଜ୍ୟ ସରକାର ବେଲଗାଁ ପାଇଁ ଅନେକ ବିକାଶ କାର୍ଯ୍ୟ ସମ୍ପାଦନା କରିଥିଲେ । ହେଲେ ଗତ ନିର୍ବାଚନରେ କୌଣସି ପ୍ରକାର ପ୍ରଭାବ ପଡିନ ଥିଲା । ତେବେ ଚଳିତ ନିର୍ବାଚନରେ ମନ୍ତ୍ରୀ ଟୁକୁନି ସାହୁ ଏହି ଅଞ୍ଚଳ ପାଇଁ ଅନେକ ବିକାଶ କରିବା ସହ ଉନ୍ନତି ମୂଳକ କାର୍ଯ୍ୟ କରିଥିବା ବେଳେ ନିଶ୍ଚିତ ଭାବରେ ଚଳିତ ନିର୍ବାଚନରେ ବିଜେଡି ଦଳ ବିଜୟୀ ହେବ ବୋଲି ବିଜେଡି ଦଳ ଅନେକ ଆଶା ବାନ୍ଧିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ କିଛି ପରିମାଣରେ କମ ଭୋଟ ପାଇଁ କଂଗ୍ରେସ ଦଳ ଗତ ନିର୍ବାଚନରେ ପରାସ୍ତ ହୋଇଥିଲା । ହେଲେ ଚଳିତ ବର୍ଷ ନିଶ୍ଚିତ ଭାବେ କଂଗ୍ରେସ ବିଜୟୀ ହେବ ବୋଲି ବ୍ଳକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀ କହିଛନ୍ତି । ବ୍ଳକରେ ଚଳିତ ନିର୍ବାଚନରେ ୧ ଲକ୍ଷ ୧୪ ହଜାର ୭୭୫ ମତଦାତା ପ୍ରାର୍ଥୀ ଚୟନ କରିବେ ବୋଲି ଜଣାପଡିଛି । ବ୍ଳକ ଅଧିନସ୍ଥ ୩୦ ଏବଂ ୩୨ ନମ୍ୱର ଜିଲ୍ଲା ପରିଷଦ ଆସନ ଅଣସଂରକ୍ଷିତ ରହିଥିବା ବେଳେ ୩୧ ନମ୍ୱର ଯୋନ ମହିଳା ପାଇଁ ସଂରକ୍ଷିତ ରହିଛି । ତେବେ ୨୦୧୭ ମସିହାରେ ଏହି ତିନୋଟି ଆସନରୁ ବିଜେପି ପ୍ରାର୍ଥୀ ବିଜୟ ଲାଭ କରିଥିଲା, କିନ୍ତୁ ବେଲଗାଁ ଜୋନରେ ବିଜେପି ଦଳ କୌଣସି ପ୍ରକାରର ବିକାଶ କାମ କରିନ ଥିବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଚଳିତ ନିର୍ବାଚନରେ ଶାସକ ଦଳ ପାଇଁ ବିଜୟ ଲାଭ କରିବା ଚ୍ୟାଲେଞ୍ଜ ସଦୃଶ ହୋଇଛି ।ତେବେ ୩୧ ନମ୍ୱର ଜୋନରୁ ମନ୍ତ୍ରୀ ଟୁକୁନି ସାହୁଙ୍କ ଆଶୀର୍ବାଦ କ୍ରମରେ ବିଜେଡିରୁ ରିତାରାଣୀ ସାହୁ, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇଙ୍କ ଆଶୀର୍ବାଦ କ୍ରମରେ ୩୧ ନମ୍ୱର ଜୋନରୁ କଂଗ୍ରେସରୁ ଦ୍ରୋପଦୀ ବେହେରା ଓ ବିଜେପି ଦଳ ବରିଷ୍ଠ ନେତା ମହେନ୍ଦ୍ର କୁମାର ଠାକୁରଙ୍କ ଆଶୀର୍ବାଦ କ୍ରମରେ ୩୧ ନମ୍ୱର ଜୋନରୁ ଉର୍ମିଳା ରଣା ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଯାହାକୁ ନେଇ ତିନି ଦଳ ମଧ୍ୟରେ ନିର୍ବାଚନ ପାଇଁ ତତ୍ପରତା ଦେଖାଦେଇଛି । କାହା ମୁଣ୍ଡରେ ହାତୀ ସୁନାର କଳସ ଢାଳୁଛି ତାହା ସମୟ କହିବ । ଅନ୍ୟପଟେ ବିଜେପିର ବଶିଷ୍ଠ ନେତା ମହେନ୍ଦ୍ର ଠାକୁର ଚଳିତ ବର୍ଷ ମଧ୍ୟ ବିଜେପି ଦଳ ନିଶ୍ଚିତ ଭାବେ ବିଜୟୀ ହେବ ଏଥିରେ କୌଣସି ପ୍ରକାରର ସନ୍ଦେହ ନ ଥିବା ପ୍ରକାଶ କରିଛନ୍ତି ।
Next Post