om academy

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା : ଓଆଇସି ମମତା ପଣ୍ଡାଙ୍କୁ କ୍ରାଇମବ୍ରାଞ୍ଚ୍‌ର ୪ ଘଣ୍ଟା ଜେରା

jsm

ଗଜପତି : ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଛନ୍ଦି ହୋଇପଡିଛନ୍ତି ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡା । କ୍ରାଇମ୍‌ବ୍ରାଞ୍ଚ ସପ୍ତମ ଦିନରେ ଗୁରାଣ୍ଡି ଥାନା ଅଧିକାରୀ ଶ୍ରୀମତୀ ପଣ୍ଡାଙ୍କୁ ଦୀର୍ଘ ୪ ଘଣ୍ଟା ଧରି ଜେରା କରିଛି । ତେବେ ସୌମ୍ୟଙ୍କୁ ହସ୍ପିଟାଲ ନେବା ବେଳେ ଫରେଷ୍ଟ ଗେଟ୍ ନିକଟରେ ଆମ୍ବୁଲାନ୍ସ ଅଟକାଇବା ମାମଲାରେ ଛନ୍ଦି ହୋଇପଡିଛନ୍ତି ମମତା । ତେବେ ସେ କାହିଁକି ଅଟକାଇଥିଲେ ଆମ୍ବୁଲାନ୍ସ । କାହା ନିର୍ଦ୍ଦେଶରେ ସେ ଏପରି କରିଥିଲେ । ବିଦ୍ୟାଭାରତୀଙ୍କୁ ସହଯୋଗ ନା ଏହା ପଛରେ ଥିଲା କିଛି ଷଡଯନ୍ତ୍ର । ଏହାର ପଛର ସତ କ’ଣ । ମମତାଙ୍କୁ ଏମିତି ଅନେକ ପ୍ରଶ୍ନ କରିଛି କ୍ରାଇମବାଞ୍ଚ ।

Leave A Reply

Your email address will not be published.