oom

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ପାଳନ

jsmm
  • ଭଞ୍ଜ ସାହିତ୍ୟ ଓ ସଂସ୍କୃତି ଆମ ଅସ୍ମିତାର ପରିଚୟ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ସର୍ବ ପୁରାତନ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାର ଓ ଭଞ୍ଜ ସାଂସ୍କୃତିକ ନ୍ୟାସର ମିଳିତ ଆନୁକୂଲ୍ୟରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ଆଦର୍ଶ ସାହିତ୍ୟ ଘରଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଇସ୍ପାତ ସ୍ୱୟଂ ଶାସିତ ମହାବିଦ୍ୟାଳୟର ସେବା ନିବୃତ ଅଧ୍ୟକ୍ଷ ପ୍ରାଧ୍ୟାପକ ଶଙ୍କର ପ୍ରସାଦ ତ୍ରିପାଠୀ ମୁଖ୍ୟଅତିଥି ଓ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଭଞ୍ଜ ସାହିତ୍ୟ ପ୍ରବକ୍ତା ଓ ଗବେଷକ ଡାକ୍ତର କୃଷ୍ଣକେଶବ ଷଡ଼ଙ୍ଗୀ ଯୋଗଦେଇ ଉପେନ୍ଦ୍ର ଭଞ୍ଜଙ୍କ ଜୀବନାଦର୍ଶ ଓ ତାଙ୍କ ସୃଷ୍ଟି ସମ୍ପର୍କରେ ଆଲୋଚନା କରିଥିଲେ । ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀଙ୍କ ସଭାପତିତ୍ୱ ଓ ସମ୍ପାଦକ ବିଜୟ କୁମାର ପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଶ୍ରୀ ତ୍ରିପାଠୀ ଭଞ୍ଜ ଜୟନ୍ତୀ ପାଳନର ଆବଶ୍ୟକତା ଓ ଭଞ୍ଜ ସାହିତ୍ୟ ମାଧ୍ୟମରେ ଆମ ଭାଷା ସଂସ୍କୃତି କିପରି ପ୍ରଭାବିତ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଆଲୋଚକ ଡା ଷଡଙ୍ଗୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ଭଞ୍ଜ ସାହିତ୍ୟ ସହ ଅନ୍ୟ କୌଣସି ସାହିତ୍ୟ ତୁଳନୀୟ ନୁହେଁ । ସେ ଏକମାତ୍ର କବି ଯିଏକି ମହାପ୍ରଭୁଙ୍କୁ କାଠଗଡ଼ାରେ ଠିଆକରି ବାନ୍ଧିବାର ଦୁଃସାହସ କରିଛନ୍ତି । ଭଞ୍ଜ ସାହିତ୍ୟ ଓ ସଂସ୍କୃତି ଆମ ଅସ୍ମିତା। ଓଡ଼ିଆ ଭାଷା ସଂସ୍କୃତର ନିକଟତମ ଭାଷା । ଏହାସହ ସେ ହରି ଶବ୍ଦ ଓ ରାମ ଶବ୍ଦ ମଧ୍ୟରେ ସମ୍ପର୍କ, ସ୍ନାନ ମଣ୍ଡପରେ ଜଗନ୍ନାଥ ଓ ବଳଭଦ୍ରଙ୍କ ଗଜବେଶ ଓ ସୁଭଦ୍ରାଙ୍କ କୁଆଁରୀ ବେଶ ସମ୍ପର୍କରେ ଆଲୋଚନା କରିବା ସହ ଭଞ୍ଜ ସାହିତ୍ୟର ଉତ୍କର୍ଷତା ବିଷୟରେ ବର୍ଣ୍ଣନା କରିଥିଲେ । ଅଭାବ ଗ୍ରସ୍ତ ହେଲେବି ସ୍ୱଭାବ ଛାଡିନଥିବା କବି ହେଲେ ଉପେନ୍ଦ୍ର ଭଞ୍ଜ ବୋଲି ସେ ମତ ରଖିଥିଲେ । ପ୍ରାରମ୍ଭରେ ଗୁରୁ ଫକୀର ଚରଣ ପତି ସ୍ୱାଗତ ସଂଗୀତ ଓ ଶେଷରେ କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ସାଧାରଣ ସମ୍ପାଦକ ସର୍ବଶ୍ରୀ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ପ୍ରଳୟ କୁମାର ଶତପଥୀ, ଅଭୟ କୁମାର ଦାସ, ଡ଼ା ବସନ୍ତ କୁମାର ଦାସ, ଅଟମ ରଥ, ଦୀନବନ୍ଧୁ ରଥ, ଡ ଜୟନ୍ତୀ ପାଢ଼ୀ, ଜ୍ୟୋତିର୍ମୟ ମହାପାତ୍ର, ମନୋଜ କୁମାର ପଣ୍ଡା, ପଞ୍ଚାନନ ପାତ୍ର , ଟୁକୁଲା ପାଢ଼ୀ, କୁଞ୍ଜବିହାରୀ ରାଉତ ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବହୁ ବିଶିଷ୍ଟ ବ୍ୟକ୍ତି, ସାହିତ୍ୟିକ, କବି, ଶିକ୍ଷାବିତ ପ୍ରମୁଖ ଯୋଗଦେଇଥିଲେ ।

jittmm
Leave A Reply

Your email address will not be published.