oom

କୁଚିଣ୍ଡାରେ ଏସିଆର ଆଲୋକ ବୁଦ୍ଧଦେବଙ୍କର ଜୟନ୍ତୀ ପାଳିତ

jsmm

ସମ୍ବଲପୁର : କୁଚିଣ୍ଡା ପଞ୍ଚମୁଖୀ ଛକରେ ନୂଆ କରି ସ୍ଥାପିତ ଏସିଆର ଆଲୋକ ଭଗବାନ ବୁଦ୍ଧଙ୍କର ଜୟନ୍ତୀ ଉତ୍ସବ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକଙ୍କର ଆବାହକତ୍ୱରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ପଶ୍ଚିମାର ମହାସଚିବ, ବରିଷ୍ଠ ଏଡ଼ଭୋକେଟ ହୃଦାନନ୍ଦ ଶର୍ମା, ପିଣ୍ଟୁ ନାୟକ, କବିୟତ୍ରୀ ରଜନୀ ପଟେଲ, ଆଦିବାସୀ ସାମାଜିକ ସାଂସ୍କୃତିକ ପରିଷଦର ଉପସଭାପତି ରମେଶ କିଷାନ, ଏକଲବ୍ୟ ଆଦିବାସୀ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଚକ୍ରଧର ମାଝୀ, ଜୟନାରାୟଣ ଜେନା, ସମୀର ମିଶ୍ର, ସମଲେଶ୍ୱରୀ ନର୍ସିଙ୍ଗ କଲେଜର ପ୍ରଶାସକ ରଶ୍ମୀକାନ୍ତ ସାମଲ, ସମ୍ବାଦ ସାହିତ୍ୟ ଘରର ରାମଚରଣ ରାୟ, କୁଚିଣ୍ଡା ମହିମା ଆଶ୍ରମର କେଶବ ବାବା, କିଷାନ ସମାଜର ସାଧାରଣ ସମ୍ପାଦକ ମନୋଜ କୁମାର ବାଘ, ସାମ୍ବାଦିକ ସୌମ୍ୟ ରଞ୍ଜନ ଧଳ, ସ୍ବେଛାସେବୀ ବିଶାଖା କିଷାନ, ଅନିଲ କୁସୁମ ପ୍ରମୁଖ ପୁଷ୍ପମାଲ୍ୟ ଓ ଧୂପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏଥିରେ ଆୟୋଜିତ ସଂକ୍ଷିପ୍ତ ଶ୍ରଦ୍ଧାଞ୍ଜଳି ସଭାରେ ବିଶ୍ୱରେ ଏବେ ଯୁଦ୍ଧର ଘନ ଘଟା ଚାଲିଥିବା ବେଳେ ଅହିଂସାର ପ୍ରତୀକ ଗୌତମ ବୁଦ୍ଧ ବିଶ୍ୱ ପାଇଁ ଅପରିହାର୍ଯ୍ୟ ହୋଇ ପଡିଛନ୍ତି ବୋଲି କହି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହା ପରେ ଆଦିବାସୀ ଭବନରେ ଶ୍ରୀ ନାୟକଙ୍କର ସଭାପତିତ୍ୱରେ ନର୍ସିଙ୍ଗ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଜୟନ୍ତୀ ସଭାରେ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ଓ ଅନ୍ୟମାନେ ବୁଦ୍ଧଙ୍କୁ ବିଶ୍ୱର ଆଲୋକ ବୋଲି ବର୍ଣ୍ଣନା କରିଥିଲେ । ଛାତ୍ରୀ ଲିପି ବାଘ ଧନ୍ୟବାଦାର୍ପଣ କରିଥିଲେ ।

jittmm
Leave A Reply

Your email address will not be published.