ପ୍ରଗତି ଉତ୍କଳ ସଂଘରେ ପଣ୍ଡିତ ନୀଳକଣ୍ଠ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ପଣ୍ଡିତ ନୀଳକଣ୍ଠ ଦାସ ଥିଲେ ଏକାଧାରରେ ଜଣେ ସାହିତ୍ୟିକ, ରାଜନୀତିଜ୍ଞ, ଶିକ୍ଷାବିତ୍, ସ୍ୱାଧୀନତା ସଂଗ୍ରାମୀ ତଥା ସମାଜ ସଂସ୍କାରକ । ଓଡ଼ିଶାର ଏହି ଯୁଗ ଜନ୍ମା ମହାପୁରୁଷଙ୍କ ଜୟନ୍ତୀ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ରାଉରକେଲାର ଅଗ୍ରଣୀ ସାହିତ୍ୟ – ସଂସ୍କୃତି ଅନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ସଂଘର ଉପସଭାପତି ଡଃ ପ୍ରଭାତ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭାକୁ ମୁଖ୍ୟ ଅତିଥି ରାଉରକେଲା ଇସ୍ପାତ କାରଖାନା ସହର ସେବା ବିଭାଗର ମୁଖ୍ୟ ମହାପ୍ରବନ୍ଧକ ପ୍ରତାପ କୁମାର ସ୍ୱାଇଁ ପ୍ରଦୀପ ପ୍ରଜ୍ୱଳନ ସହ ପଣ୍ଡିତ ନୀଳକଣ୍ଠଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ କରି ଉଦ୍‌ଘାଟନ କରିଥିଲେ । ସଭା ପ୍ରାରମ୍ଭରେ ପ୍ରଗତିଶୀଳ କବି କୁମାର ହାସନଙ୍କ ବିୟୋଗରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା ସହ ଦିବଂଗତ ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଆଲୋଚନା ଆରମ୍ଭ କରି ଅଧ୍ୟାପକ ଡଃ ନଗେନ ଦାସ ନୀଳକଣ୍ଠଙ୍କ ସାହିତ୍ୟିକ ଜୀବନ ଉପରେ ସବିଶେଷ ଆଲୋଚନା କରିବା ସହ ତାହା ସଂସ୍କୃତି ଓ ଆଧ୍ୟାତ୍ମିକତା ସହ କିପରି ଜଡ଼ିତ ଥିଲା ଉଦାହରଣ ସହ ବର୍ଣ୍ଣନା କରିଥିଲେ । ସଭାପତି ଡଃ ପ୍ରଭାତ ମଲ୍ଲିକ ତାଙ୍କ ଅଭିଭାଷଣରେ ନୀଳକଣ୍ଠଙ୍କ ରାଜନୈତିକ ଜୀବନ ଉପରେ ଆଲୋକପାତ କରି ସେ କିପରି ଓଡ଼ିଶାର ପ୍ରାଦେଶିକ ସ୍ୱାର୍ଥ ସହ ମହାଭାରତୀୟ ଚେତନାର ଅପୂର୍ବ ସମନ୍ୱୟ ରକ୍ଷା କରିବାରେ ସଫଳ ହୋଇଥିଲେ ବର୍ଣ୍ଣନା କରି କହିଲେ ଯେ, ନୀଳକଣ୍ଠ ଥିଲେ ଜଣେ ସାଲିସ୍ ବିହୀନ ରାଜନେତା । ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନରେ ମଧୁସୂଦନ ଦାସଙ୍କ ପରେ ନୀଳକଣ୍ଠଙ୍କ ଅବଦାନ ସଦା ସ୍ୱିକାର୍ୟ୍ୟ । ଅସ୍ପୃଶ୍ୟତା ବିରୋଧୀ ଆନ୍ଦୋଳନ ସହ ସେ ବହୁ ସମାଜ ସଂସ୍କାରମୂଳକ କାର୍ଯ୍ୟ ପାଇଁ ଆଜି ସ୍ମରଣୀୟ । ମୁଖ୍ୟ ଅତିଥି ଇଂ. ପ୍ରତାପ କୁମାର ସ୍ୱାଇଁ ମଧ୍ୟ ପଣ୍ଡିତ ନୀଳକଣ୍ଠଙ୍କ ଆଦର୍ଶ ଜୀବନ ଶୈଳୀ ଉପରେ ଆଲୋକପାତ କରିଥିଲେ । ଅଶୋକ କୁମାର ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ଘନଶ୍ୟାମ ଦଳ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଏକ ମନୋଜ୍ଞ ମେଘମହ୍ଲାର କବିତା ଆସର କବି ଉପେନ୍ଦ୍ର କୁମାର ବସ୍ତିଆଙ୍କ ସଭାପତିତ୍ୱରେ କବି ରଶ୍ମି ସାହୁ ଏବଂ ବିନତା ମହାନ୍ତଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସହରର ବହୁ ବିଶିଷ୍ଟ କବି ରବୀନ୍ଦ୍ର ମହାନ୍ତି, ସୁଶାନ୍ତ କୁମାର ନାୟକ, ଗୌତମ ଦାସ, ଅର୍ଚ୍ଚନା ପାତ୍ର, ଇଂ. ଅଶୋକ କୁମାର ପଟ୍ଟନାୟକ, ଡ. ପ୍ରଭାତ କୁମାର ମଲ୍ଲିକ, ରାଜୀବ ପାଣି, ପ୍ରତାପ କୁମାର ପଣ୍ଡା, ପୁଷ୍ପା ରାଣୀ ପଟେଲ, ରଶ୍ମି ସାହୁ, ବିନତା ମହାନ୍ତ, ଉପେନ୍ଦ୍ର ବସ୍ତିଆ ଏବଂ ଅଜୟ କୁମାର ମହାନ୍ତି ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ସଂଘର କର୍ମକର୍ତ୍ତା ରଶ୍ମୀ ରଞ୍ଜନ ବୋଇତାଇ, ରାଧାମୋହନ ନାୟକ, ଲକ୍ଷ୍ମଣ ନାଥ ଦାସ, ପ୍ରଦୀପ କୁମାର ପଟ୍ଟନାୟକ, ଅରବିନ୍ଦ ପାତ୍ର, ଇନ୍ଦ୍ରମଣି ମହାପାତ୍ର, ପ୍ରସନ୍ନ ମହାନ୍ତି, ବିପିନ ବିହାରୀ ପଟନାୟକ, ପରିକ୍ଷୀତ ଗୁରୁ, ଅର୍ଜୁନ ଭୂୟାଁ, ସତ୍ୟନାରାୟଣ ଦାସ ପ୍ରମୁଖ ସହାୟତା କରିଥିବା ବେଳେ ବହୁ ସାହିତ୍ୟିକ, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.