ଦେଶର ପ୍ରଥମ ଶିକ୍ଷିକା ଫୁଲେବାଇଙ୍କ ଜୟନ୍ତୀ ପାଳିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଲକ ଅନ୍ତର୍ଗତ ପଖନମୁଣ୍ଡା ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାତା ଫୁଲେବାଇଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ହରି ଶଙ୍କର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶିକ୍ଷକ ବିରଞ୍ଚି ନାରାୟଣ ଦାଶ, ମନୋଜ ତାଣ୍ଡି, ଅଲେଖ ବନଗୋଲା ଓ ସମାଜସେବୀ ବିରଞ୍ଚି ଖର୍ସେଲ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଭବାନୀ ମାଝୀ ସ୍ୱାଗତ ସଙ୍ଗୀତ ଗାଇଥିଲେ । ଛାତ୍ରଛାତ୍ରୀ ଫୁଲେବାଇଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଓ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଶିକ୍ଷକ ମନୋଜ ତାଣ୍ଡି ଛାତ୍ରଛାତ୍ରୀ ମାନଙ୍କୁ ଫୁଲେବାଇଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ପ୍ରକୃତିବନ୍ଧୁ ଶିକ୍ଷକ ବିରଞ୍ଚି ନାରାୟଣ ଦାଶ ସଭା ପରିଚାଳନା କରିଥିଲେ ।

Leave A Reply

Your email address will not be published.