ଶ୍ରଦ୍ଧାର ରୌପ୍ୟ ଜୟନ୍ତୀ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ଦିବ୍ୟାଙ୍ଗଙ୍କ ପାଇଁ ସମର୍ପିତ ସାମାଜିକ ଅନୁଷ୍ଠାନ ଶ୍ରଦ୍ଧାର ରୌପ୍ୟ ଜୟନ୍ତୀ ସମାରୋହ ବସ୍ତିଆ ମେମୋରିଆଲ ଟ୍ରଷ୍ଟ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଶ୍ରଦ୍ଧାର ସଭାପତି ଡ. ରାମକୃଷ୍ଣ ବିଶ୍ୱାଳଙ୍କ ସଭାପତିତ୍ୱ ଓ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ, ମୁଖ୍ୟ ଅତିଥି ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଡିଏସ୍‌ଏସ୍‌ଓ ଅଶୋକ କୁମାର ବିଶି, ଟିପିଡବ୍ଲୁଓଡିଏଲ୍‌ର ସିଏସ୍‌ଆର୍‌ ମୁଖ୍ୟ ନବନିତ ନିରଜ, ଓଡ଼ିଶା ପରିବାରର ସଭାପତି ଗୌରୀଶ୍ୟାମ ପଣ୍ଡା, ମୟୁରଭଞ୍ଜ ଆଇଟିଡିଏ ପ୍ରୋଗ୍ରାମ ପ୍ରବନ୍ଧକ ସ୍ୱର୍ଣ୍ଣପ୍ରଭା ରଥ, ସରକାରୀ ଅଧିକାରୀ ସୈନ୍ୟାସୀ ବେହେରା ଓ ଆଭାସୀ କାର୍ଯ୍ୟକ୍ରମରେ ସ୍ୱାଭିମାନର ମୁଖ୍ୟ ଡ. ସ୍ମୃତି ମହାପାତ୍ର, ଏସ୍‌ଏସ୍‌ଇପିଡିର ରାଜ୍ୟ କମିଶନର ବ୍ରତତୀ ହରିଚନ୍ଦନ ପ୍ରମୁଖ ଯୋଗଦେଇଥିଲେ । ସ୍ୱାଧୀନ କୁମାର ଖଟୁଆ ଓ ମୋନାଲିସା ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ସଭାପତି ଡ଼. ବିଶ୍ୱାଳ ସ୍ୱାଗତ ଭାଷଣ ଓ ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକାରୀ ସଭାପତି ପଶୁପତିନାଥ ଚାଟାର୍ଜୀ ଅନୁଷ୍ଠାନର ଲକ୍ଷ୍ୟ ଓ କାର୍ଯ୍ୟକ୍ରମ ସମ୍ପର୍କରେ ତଥା ସାଧାରଣ ସମ୍ପାଦକ ଶ୍ରୀ ପାଣ୍ଡବ ବାର୍ଷିକ ବିବରଣୀ ପାଠ କରିଥିଲେ । ଉଦ୍‌ଘାଟକ ଶ୍ରୀ ତନ୍ତୀ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଦୁନିଆରେ କେହି ଅକ୍ଷମ ନୁହଁନ୍ତି, ସମସ୍ତେ ସକ୍ଷମ । ଦୃଢ଼ ଇଚ୍ଛାଶକ୍ତି ଥିଲେ ସ୍ୱପ୍ନର ଆକାଶକୁ ଛୁଇଁ ହୁଏ । ମୁଖ୍ୟଅତିଥି ଶ୍ରୀ ନାୟକ ଅନୁଷ୍ଠାନର ସାମାଜିକ ପ୍ରତିବଦ୍ଧତା ଓ ଦାୟିତ୍ୱବୋଧ, ଭୀମଭୋଇ ସାମର୍ଥ୍ୟ ଶିବିର ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ସୁମନ୍ତ ସ୍ୱାଇଁ, କବିତା ଦାସ, ରବିନ୍ଦ୍ର କୁମାର ପାଣ୍ଡବ, ଡ. ପ୍ରଭାକର ନାୟକ, ପ୍ରଜ୍ଞା ପରମିତା ଶତପଥୀ, ସଂଜୁକ୍ତା ରାଜଗୁରୁ ମହାପାତ୍ର, ଅର୍ପିତା ବଳ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ରୌପ୍ର ଜୟନ୍ତୀ ସ୍ମରଣିକା ଶ୍ରଦ୍ଧାଦୀପକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ପ୍ରାରମ୍ଭରେ ଅନୁଷ୍ଠାନ ସହ ଜଡ଼ିତ ଥିବା ଦିବଙ୍ଗତ ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଅନୁଶ୍ରୀ ସାମଲ ଓ ଶ୍ରଦ୍ଧାର ଅନ୍ତେବାସୀ ଗୃପ ନୃତ୍ୟ ଓ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଶେଷରେ ଉପସଭାପତି ଡ. ପ୍ରଭାକର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ରିନୁଲତା ମହାରଣା, ଅର୍ଚ୍ଚନା ମିଞ୍ଜ, ଅଞ୍ଜଳି ମହାରଣା, ଗଗନ ମହାନ୍ତି, ସୁଜାତା ରାଉତ, ସୁକୁମାର ପାଣ୍ଡବ, ମଳୟ ପଣ୍ଡା, ଧିରେନ ଓଝା, ଦିପ୍ତୀ ଶର୍ମା, ସନ୍ତୋଷୀ କୁମ୍ଭାର, ଇତିଶ୍ରୀ ଦାସ, କ୍ରିଷ୍ଣା ଗୋପ, ଶିବୁ ମାହାତୋ, ୱଜିଦ୍ ହୁସେନ, ଦୀପକ ଗୋପ, ପ୍ରୀତମ କୁମ୍ଭାର, ଗଙ୍ଗେଇ ମିଞ୍ଜ, ଦାହାରୁ ଓରାମ, କରଣ ଗୌଡ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Leave A Reply

Your email address will not be published.