mm

ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ଚିତ୍ତରଞ୍ଜନ ଦାସଙ୍କ ୯୯ ତମ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ସର୍ବ ପୁରାତନ ସାହିତ୍ୟ-ସଂସ୍କୃତି ଅନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ଚିନ୍ତା ନାୟକ ପ୍ରଫେସର ଚିତ୍ତରଞ୍ଜନ ଦାସଙ୍କ ୯୯ତମ ଜୟନ୍ତୀ ସଂଘର ସଭାଗୃହରେ ମହାସମାରୋହରେ କୋଭିଡ୍ ନିୟମ ଅନୁଯାୟୀ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଅଜୟ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଡ. ପ୍ରଭାତ କୁମାର ମଲ୍ଲିକ, ଚିତ୍ତରଞ୍ଜନ ଦାସଙ୍କୁ ଜଣେ ମହାନ ଚିନ୍ତା ନାୟକ ତଥା ଦାର୍ଶନିକ ଭାବେ ବର୍ଣ୍ଣନା କରି ତାଙ୍କୁ ଓଡ଼ିଶାର ସକ୍ରେଟିସ୍ ଆଖ୍ୟାର ଯଥାର୍ଥତା ପ୍ରତିପାଦନ କରିଥିଲେ । ଚିତ୍ତରଞ୍ଜନ ବିଦେଶରେ ଉଚ୍ଚ ଶିକ୍ଷା ଲାଭ କରି ମଧ୍ୟ ସାଧାରଣ ଶିକ୍ଷକତା ବୃତ୍ତିକୁ ଆପଣେଇ ନେଇଥିଲେ । ସେ ପୃଥିବୀର ବହୁଦେଶ ଭ୍ରମଣ କରି ବହୁ ଭାଷାକୁ ଆୟତ୍ତ କରିଥିଲେ । ତାଙ୍କର ଉଚ୍ଚାରଣ ଏବଂ ଆଚରଣରେ ଅପୂର୍ବ ସମନ୍ବୟ ଥିଲା । ଅନ୍ୟତମ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ହୃଷିକେଶ ରାୟ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ଭବେଶ ଚନ୍ଦ୍ର ସାହୁ ଚିତ୍ତରଞ୍ଜନଙ୍କୁ ଜଣେ ଅବିଶ୍ରାନ୍ତ ଯାତ୍ରୀ ତଥା ଅନ୍ତରଙ୍ଗ ଭ୍ରମଣକାରୀ ଭାବେ ବର୍ଣ୍ଣନା କରି ନୂଆ ନୂଆ ସ୍ଥାନ ଭ୍ରମଣ କରି ସେ ସ୍ଥାନର ମଣିଷମାନଙ୍କ ସହ ଏକାତ୍ମ ହେବା ସହ ସେମାନଙ୍କର ଭାଷା, ସଂସ୍କୃତି ଓ ଐତିହ୍ୟକୁ ଅନାୟାସରେ ଆପଣେଇ ନେଇ ପାରୁଥିଲେ । ଏହି କ୍ରମରେ ଚିତ୍ତରଞ୍ଜନଙ୍କ ହିମାଳୟ ଭ୍ରମଣ କାହାଣୀ ‘ଶିଳାଦିତ୍ୟ’ ପୁସ୍ତକର ଅନ୍ତରଙ୍ଗ ବ୍ୟାଖ୍ୟା କରିଥିଲେ । ମୁଖ୍ୟ ଅତିଥି ରାଉରକେଲା ଇସ୍ପାତ କାରଖାନାର ନିର୍ବାହୀ ନିର୍ଦ୍ଦେଶକ ପ୍ରମୋଦ କୁମାର ଶତପଥୀ ଚିତ୍ତରଞ୍ଜନଙ୍କ ପରି ଜଣେ ଯୁଗଜନ୍ମା ମହାପୁରୁଷଙ୍କ ପାଇଁ ଓଡ଼ିଶା ଆଜି ଧନ୍ୟ ବୋଲି ପ୍ରକାଶ କରିଥିଲେ । ସଭା ପ୍ରାରମ୍ଭରେ ଚିତ୍ତରଞ୍ଜନଙ୍କ ତୈଳ ଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ବଳନ ପରେ ନିକଟରେ ଈହଧାମ ତ୍ୟାଗ କରିଥିବା ମନୋରମା ମହାପାତ୍ର, ଦେବେନ୍ଦ୍ର ନାରାୟଣ ପତି, କୃଷ୍ଣ ଚନ୍ଦ୍ର ମିଶ୍ର ଏବଂ ଅରିନ୍ଦମ୍ ଦାଶଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଚତ୍ତାନୁରାଗୀ ସୁରେଶ କୁମାର ନାୟକ ଓ ଭାରତ ଭୂଷଣ ମହାନ୍ତି ରବୀନ୍ଦ୍ର ସଙ୍ଗୀତ ଗାନ କରିଥିଲେ । କାର୍ଯ୍ୟକାରୀ ସଦସ୍ୟ ଲକ୍ଷ୍ମଣ ନାଥ ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ସାଧାରଣ ସଂପାଦକ ରାଧାମୋହନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଘନଶ୍ୟାମ ଧଳ, ଅଶୋକ କୁମାର ପଟ୍ଟନାୟକ, ଅରବିନ୍ଦ ପାତ୍ର, ଅର୍ଜୁନ ଭୂୟାଁ, ସ୍ମିତା ମିଶ୍ର, ଶୁଭ୍ରାଂଶୁ ମହାପାତ୍ର, ଇନ୍ଦ୍ରମଣୀ ମହାପାତ୍ର, କିଶୋରୀ ମୋହନ କର, ବରୁଣ ନାହାକ, ପରୀକ୍ଷିତ ଗୁରୁ, ସତ୍ୟ ନାରାୟଣ ଦାସ, ପ୍ରଦୀପ ପଟ୍ଟନାୟକ, ରତିକାନ୍ତ ମିଶ୍ର, ରଶ୍ମି ସାହୁ, କନକଲତା ମିଶ୍ର, ନୀଳମଣି ପତି ପ୍ରମୁଖ ସହାୟତା କରିଥିବା ବେଳେ ରାଜୀବ ପାଣି, ପ୍ରତାପ କୁମାର ରାୟ, ବିଜୟ ରାୟ, ଡା କୃପାସିନ୍ଧୁ ନାୟକ, ଡ. କିଶୋରୀ ଦାଶ, ରାଜକୁମାର ମହାନ୍ତି, ପଶୁପତିନାଥ ଚାଟାର୍ଜୀ, ଅକ୍ଷୟ କୁମାର ସାମଲ, ବିକ୍ରମ ଆଚାର୍ଯ୍ୟ, ବ୍ରଜେନ୍ଦ୍ର ଦାଶ, ହରିହର ଶତପଥୀ, ବିବେକାନନ୍ଦ ପାଢ଼ୀ, ଚିତ୍ତରଞ୍ଜନ ବ୍ରହ୍ମା, ଡଲିରାଣୀ ବ୍ରହ୍ମା, ବ୍ରଜବିହାରୀ ଦାଶ, ଅକ୍ଷୟ କୁମାର ଦାସ, ସୁମନ୍ତ କୁମାର ଉପାଧ୍ୟାୟ, ଅକ୍ଷୟ କୁମାର ଜେନା, ଏସ. କିଣ୍ଡୋ, ଲିଙ୍ଗରାଜ ମହାରଣା, ଏସ.କେ.ଶର୍ମା, ପ୍ରଦୀପ କୁମାର ଦାଶ, ଶଙ୍କର ନାୟକ, ଏ. ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ସଂଘର ସାଧାରଣ ସଂପାଦକ ରାଧାମୋହନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.