କୁଲାଡ଼-ବ୍ୟାଘ୍ରଦେବୀଙ୍କ ଯାତ୍ରାର ଅଷ୍ଟମ ସନ୍ଧ୍ୟା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ରିଜର୍ଭ ପୋଲିସ ଲାଇନ୍‌ରେ ଅନୁଷ୍ଠିତ ହେଉଥିବା ମା’ କୁଲାଡ଼-ବ୍ୟାଘ୍ରଦେବୀଙ୍କ ଯାତ୍ରା ଗତ ୩ ତାରିଖରେ ଆରମ୍ଭ ହୋଇ ସୋମବାର ଅଷ୍ଟମ ସନ୍ଧ୍ୟାରେ ପହଞ୍ଚିଛି । ସୋମବାର ସନ୍ଧ୍ୟାରେ ମା’ ବ୍ୟାଘ୍ରଦେବୀ ଆଡ଼ପ ମନ୍ଦିରରୁ ବହାରି ରିକାପଲ୍ଲୀ ଅଭିମୁଖେ ବାହାରି ଭଣ୍ଡାରିସାହି, ରିକାପଲ୍ଲୀ ରେଡ୍ଡୀସାହି, ତଥା ଦେବୀଙ୍କ ବାଲ୍ୟଲୀଳା ଭୂମି ଦେଶ୍ ବେହେରାସାହିରେ ପରିକ୍ରମଣ କରି ରାଜ୍ ଭୋଗ ଖାଇ ଆଡ଼ପ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । କଥିତ ଅଛି ଯେ’ ଲୀଳାମୟୀ ମା’ ବ୍ୟାଘ୍ରଦେବୀଙ୍କ ବାଲ୍ୟଲୀଳା ରିକାପଲ୍ଲୀ ରେଡ୍ଡୀସାହିରେ ହୋଇଥିଲା ଏବଂ ଦେବୀଙ୍କ ପ୍ରଥମ ଘଟଯାତ୍ରା ଉକ୍ତ ସାହିରେ ଆରମ୍ଭ ହୋଇଥିବା ଉଲ୍ଲେଖ ଅଛି । ଯାହାକି ଜଣେ ଭକ୍ତଙ୍କ ସ୍ଵପ୍ନାଦେଶ କ୍ରମେ ଏହି ଦେବୀଙ୍କୁ କୁଲାଡ଼ରୁ ବରଣ କରି ଅଣାଯାଇ ଛତ୍ରପୁରସ୍ଥ ଅଧୂନା ଦେବୀନଗର ସାହିରେ ଅବସ୍ଥିତ ମା’ ବ୍ୟାଘ୍ରଦେବୀଙ୍କ ମନ୍ଦିର ପ୍ରଥମ ମନ୍ଦିର ଅଟେ ଏବଂ ଉକ୍ତ ଭକ୍ତ ଜଣେ ରେଡ୍ଡୀ ସମ୍ପ୍ରଦାୟର ଲୋକଙ୍କ ଲାଗି କୁଲାଡ଼ରୁ ବରଣ କରି ଛତ୍ରପୁରକୁ ଅଣାଯାଇ ପ୍ରଥମେ ରିକାପଲ୍ଲୀ ରେଡ୍ଡୀ ସାହିରେ ମା’ଙ୍କ ଯାତ୍ରା ଆରମ୍ଭ ହୋଇଥିବା ପ୍ରମାଣ ମିଳେ । ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଯାତ୍ରା ଗଞ୍ଜାମ ପୋଲିସ୍ ପ୍ରଶାସନ ବିଭାଗକୁ ହସ୍ତାନ୍ତର କରାଯାଇଥିବା କୁହାଯାଏ । ସେବେଠାରୁ ଅର୍ଥାତ୍ ପ୍ରୟତଃ ତିନି ପୁରୁଷ ଧରି ଏହି ଯାତ୍ରା ସମାହିତ ହୋଇଆସୁଥିବା ବେଳେ ଏହି ଯାତ୍ରାରେ ମୁଖ୍ୟତଃ ରଣପା କାଳୀ, ବାଘ ନାଚ, ଘୋଡ଼ା ନାଚ, ବୃଷଭ, କଣ୍ଢେଇ କଳା ନାଚ ଆଦି ସହ ଘଣ୍ଟଦଳ, ଧୂମୁ ତାଡକା ଆଦି ଦେବୀଙ୍କ ଘଟ ପରିକ୍ରମାରେ ବାହାରି ନଗର ପରିକ୍ରମଣ ହୋଇଆସିଛି । ସୋମବାର ଦେବୀଙ୍କ ଘଟ ପରିକ୍ରମା ଖୁବ୍ ନିଆରା ଓ ମନୋରମ ଥିଲା । ଭକ୍ତଗଣ ଦେବୀଙ୍କ ଯାତ୍ରା ଲୀଳା ଦେଖି ଖୁସି ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.