centurian jitm

ମହିଳାଙ୍କୁ ପୂଜା ନୁହେଁ, ସମ୍ମାନ ଜରୁରି

nschool

ନୂଆଦିଲ୍ଲୀ : ମହିଳାଙ୍କୁ ପୂଜା ନୁହେଁ, ସମ୍ମାନ କରିବା ଅଧିକ ଜରୁରି । ଯେଉଁଠାରେ ମହିଳାଙ୍କୁ ସମ୍ମାନ ଦିଆଯାଏ, ସେଠାରେ ଈଶ୍ୱର ବିରାଜମାନ କରନ୍ତି । ଆମକୁ ମାନସିକତା ବଦଳାଇବାର ଅଛି । ଦେଶରେ ଲିଙ୍ଗଗତ ସମାନତା ଏବେ ବି ଅଧୁରା ରହିଛି । ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦେବେନ୍ଦ୍ର କୁମାର ଉପାଧ୍ୟାୟ ଏହି ବୟାନ ଦେଇଛନ୍ତି । ଜଷ୍ଟିସ୍‌ ଉପାଧ୍ୟାୟ ଦିଲ୍ଲୀ ଷ୍ଟେଟ୍‌ ଲିଗାଲ୍‌ ସର୍ଭିସେସ ଅଥରିଟି (ଡିଏସ୍‌ଏଲ୍‌ଏସ୍‌ଏ) ର ଏକ କାର୍ଯ୍ୟକ୍ରମରେ ଏହା କହିଛନ୍ତି । ସେ କହିଛନ୍ତି, ଆଜି ବି ସମାଜରେ ମହିଳାଙ୍କୁ ଠିକ୍‌ ଭାବେ ସମ୍ମାନ ଦିଆଯାଉନାହିଁ । ସମାନତା ବି ମିଳୁନାହିଁ । ଆମକୁ ଏ କ୍ଷେତ୍ରରେ ପରିବର୍ତ୍ତନ ଆଣିବାକୁ ପଡ଼ିବ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ କେ ଭି ବିଶ୍ୱନାଥନ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଜଷ୍ଟିସ୍‌ ବିଶ୍ୱନାଥନ କହିଲେ, ଗ୍ରାମାଞ୍ଚଳରେ ଆଇନ ସହାୟତାର ଉପଲବ୍ଧତା ସହରାଞ୍ଚଳ ତୁଳନାରେ ବେଶ୍‌ କମ୍‌ ରହିଛି । ଏଥିସହ ଆଇନଗତ ସଚେତନତାର ଅଭାବ ମହିଳାଙ୍କୁ ନ୍ୟାୟ ମିଳିବାରେ ସବୁଠୁ ବଡ଼ ପ୍ରତିବନ୍ଧକ ସାଜିଛି । ଏହାକୁ ଦୂର କରିବା ଆବଶ୍ୟକ

Leave A Reply

Your email address will not be published.