ଜରାସିଂହା ପାଟଖଣ୍ଡା ଯାତ୍ରା ପାଇଁ ସାମ୍ବାଦିକ ସମ୍ମିଳନୀ : ଗତ ବର୍ଷ ଭଳି ଏବର୍ଷ ମଧ୍ୟ କୋଭିଡ଼ କଟକଣା ସହ ହେବ ଯାତ୍ରା
ଦେଓଗାଁ, (ମନୀଷ କୁମାର ସାହୁ) : ବହୁ ପ୍ରତିକ୍ଷିତ ଦେଓଗାଁ ବ୍ଳକର ଜରାସିଂହା ପାଟଖଣ୍ଡା ଯାତ୍ରା ପାଇଁ ରବିବାର ଦିନ ୧୧ଟା ସମୟରେ ଜରାସିଂହା ସ୍ଥିତ ମିନି ଷ୍ଟାଡିୟମରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କମିଟି ସଭାପତି ପୁରୁଷୋତ୍ତମ ଥନାପତି, ସଂପାଦକ ରାଜକିଶୋର ସେଠ୍, ଉପସଭାପତି ମୂରଲୀଧର ମେହେର, କୋଷାଧ୍ୟକ୍ଷ ଅଂଶୁମାନ କର୍ତ୍ତୀ, ବିଏନ୍ଏଏ ଓ ଗ୍ରାମ ଉନ୍ନୟନ କମିଟିର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଚଳିତ ବର୍ଷ ପୂଜା କିଭଳି ଶାନ୍ତି ଶୃଙ୍ଖଳାରେ ପାଳିତ ହେବ ତାକୁ ନେଇ ଆଲୋଚନା ହୋଇଥିଲା । ନିଶୀଗୁଡ଼ି, ଦେଝାର ପୂଜାସ୍ଥଳିରେ ନଳକୂଅର ବ୍ୟବସ୍ଥା କରିବାକୁ ପ୍ରଶାସନକୁ ଦାବୀ ହୋଇଥିଲା । ଗତ ସେପ୍ଟେମ୍ବର ମାସ ୨୦ତାରିଖ ଭାଦ୍ରବ ପୂର୍ଣ୍ଣିମା ଦିନ କଣ୍ଟାପିଟା ଯାତ୍ରା ଓ ୨୯ତାରିଖ ମହାଷ୍ଟମୀ ଦିନ ଖଣ୍ଡା ବସା ହୋଇଥିଲା । ଏହା ସହ ଚଳିତ ମାସ ୬ତାରିଖ ତଳେଇବସା ଅମାବାସ୍ୟା ଉଚ୍ଚଗୁଡ଼ି ପୂଜା ଆରମ୍ଭ ହୋଇଥିଲା । ଆଜି ଅର୍ଥାତ୍ ୧୧ତାରିଖ ସୋମବାର ଦିନ ଦିନ ୧୧.୪୫ମିରେ ପାଟସିନ୍ଦୂର ଆଣି ଯିବାକୁ ବିଜୟ ସମ୍ବର୍ଦ୍ଧନା କରାଯିବ । ବୁଧବାର ଦିନ ମହାଷ୍ଟମି ସିଂହଦ୍ଵାର ରାଜବାଟି ପୂଜା ଦେବତାଙ୍କ ପାଲିଙ୍କିରେ ବିଶ୍ରାମ । ୧୪ତାରିଖ ନବମୀରେ ଖଣ୍ଡା ସ୍ନାନ, ପାଟସିନ୍ଦୂର ବାରଣ ଯାତ୍ରା ସହ ଆରତୀ ୧୧.୨୫ରେ ଅଖଣ୍ଡ ଅହୋରାତ୍ର ପୂଜା । ୧୫ତାରିଖ ବିଜୟା ଦଶମୀ ଦିନ ଦେଝାର ପୁଜାସ୍ଥଳିରେ ପୂଜନ କାର୍ଯ୍ୟ ଆରମ୍ଭ, ସନ୍ଧ୍ୟା ୫.୨୫ରେ ଦେବତାଙ୍କ ଆବିର୍ଭାବ ଓ ରାତି ୯.୪୫ରେ ମାନସିକ ବର ପ୍ରଦାନ । ୧୬ତାରିଖ ଦିନ ଉଚ୍ଚବାହାଲି ମହାଖଲା ଯାତ୍ରା, ବାଉରାପିଟା ଆଗମନ ଓ ରାତ୍ରି ବିଶ୍ରାମ । ୧୭ତାରିଖରେ ନିଶିପୂଜା, ଲିଙ୍ଗାବରଣ ପୂଜା ଓ ସନ୍ଧିପୂଜା ପରେ ବଉରାପିଟାକୁ ଦେବୀଙ୍କ ଗମନ। ୧୮ତାରିଖ ସକାଳ ୯ଟାରେ ବଉରାପିଟାରୁ ନିଶିଗୁଡ଼ିକୁ ଆଗମନ, ଅପରାହ୍ନ ୧୨.୧୫ରେ ବିରୁପାଣି ପୂଜା, ଜେନା ପୂଜା ଏବଂ ରାତି ୯ଟାରେ ନିଶିଗୁଡ଼ି ଯାତ୍ରା । ୧୯ତାରିଖ ଦିନ ୧୦.୦୫ରେ ନିଶିଗୁଡି ଯାତ୍ରା, ଦିନ ୩.୪୫ରେ ଦେବୀଙ୍କ ବାହୁଡ଼ା ଯାତ୍ରା ହେବ ବୋଲି ଯାତ୍ରା ପରିଚାଳନା କମିଟି ବ୍ରଜେନ୍ଦ୍ର ନାରାୟଣ ଏଥେଲେଟିକ୍ ଏସୋସିଏସନ୍ ଓ ଗ୍ରାମ୍ୟ ଉନ୍ନୟନ କମିଟି ଜରାସିଂହା ପକ୍ଷରୁ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ମିଳିଛି ।