oom

ଜନଜାତି ଛାତ୍ରୀ ନିବାସ ମାଟ୍ରନ ମାନଙ୍କ ପାରିଶ୍ରମିକ ୧୫୦୦୦ ଟଙ୍କାକୁ ବୃଦ୍ଧି କରାଗଲା

jsmm
  • କାର୍ଯ୍ୟରତ ସମୟରେ ମୃତ୍ୟୁ କ୍ଷେତ୍ରରେ ଦୁଇ ଲକ୍ଷ ଅନୁକମ୍ପା ମୂଳକ ସହାୟତା
  • କାର୍ଯ୍ୟ ନିବୃତ୍ତ ହେବା ସମୟରେ ଏକ କାଳୀନ ଏକ ଲକ୍ଷ ଟଙ୍କା ସହାୟତା

ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟା ଲଘୁ ତଥା ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ ଛାତ୍ରୀ ନିବାସ ଗୁଡ଼ିକରେ କର୍ଯ୍ୟରତ ମହିଳା ମାଟ୍ରନ ମାନଙ୍କର ମାସିକ ପାରିଶ୍ରମିକ ୧୦୦୦୦ ଟଙ୍କାରୁ ୧୫୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି । ଏତଦ୍ ବ୍ୟତୀତ, ଯଦି କୌଣସି କାର୍ଯ୍ୟରତ ମହିଳା ମାଟ୍ରନ ଦୁର୍ଭାଗ୍ୟ ବଶତଃ ମୃତ୍ୟୁ ବରଣ କରନ୍ତି, ତେବେ ତାଙ୍କ ଉତ୍ତରାଧିକାରୀଙ୍କୁ ଏକକାଳୀନ ଦୁଇ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ । ସେହିପରି ୬୦ ବର୍ଷରେ କାର୍ଯ୍ୟ ନିବୃତ୍ତ ହେବା ସମୟରେ ସେମାନଙ୍କୁ ଏକ କାଳୀନ ଏକ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

jittmm
Leave A Reply

Your email address will not be published.