ସାଲେଭଟା, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ସାଲେଭଟାର ଚନ୍ଦ୍ରଶେଖର ସାହୁଙ୍କ ଦେଢ଼ ଏକର, ବରୁଣ ସାହୁଙ୍କ ୩ ଏକର, ସୀତାକାନ୍ତ ଭୁଏଙ୍କ ଦୁଇ ଏକର ମୁଣ୍ଡାପଡା ନିକଟରେ ଗଦା ହୋଇଥିବା ମୋଟ ସାଢେ ୬ଏକର ଜମିର ଧାନ ଖରିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲା । ଯାହାଫଳରେ ଆନୁମାନିକ ପ୍ରାୟ ୪୦୦ ବସ୍ତା ଧାନ ପୋଡି ନଷ୍ଟ ହୋଇଯାଇଛି । ଖବର ପାଇ ଦମକଳ ବାହିନୀ ଠିକ ସମୟରେ ପହଁଚି ଥିଲା ହେଲେ ମୁଣ୍ଡାପଡା ଠାରୁ ଜମି ପର୍ଯ୍ୟନ୍ତ ରାସ୍ତା ଖରାପ ଯୋଗୁଁ ଆଗକୁ ଯାଇ ପାରିନଥିଲା । ପରେ ଛୋଟ ଗାଡି ଆସି ନିଆଁକୁ ଆୟତ୍ତ କରିଥିଲା । ଋଣ କରଜ କରି ଚାଷ କାର୍ଯ୍ୟ କରିଥିବାରୁ ଉକ୍ତ ଚାଷୀ ଚିନ୍ତାରେ ଭାଙ୍ଗି ପଡିଛନ୍ତି । ଘଟଣା ପ୍ରଘଟ ହେବା ପରେ ବହୁ ଚାଷୀ ଘଟଣା ସ୍ଥଳରେ ପହଂଚି ଘଟଣାର ନିରପେକ୍ଷ ତଦନ୍ତ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତି ପୂରଣ ଯୋଗାଇ ଦବାକୁ ଦାବୀ କରିଥିଲେ । ଏନେଇ ସମ୍ପୃକ୍ତ ଚାଷୀ ସାଲେଭଟା ଫାଣ୍ଡିରେ ଅଭିଯୋଗ କରିବା ପରେ ସାଲେଭଟା ପୁଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।
Next Post