oum

ସରପଞ୍ଚ ‌ଦ୍ୱାରା ଜଳ ଯୋଗାଣ ପ୍ରକଳ୍ପ ବସୁଧାର ଭୂମିପୂଜନ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ କୁମୀର ଗ୍ରାମ ପଞ୍ଚାୟତ ଲେରଗାଁ ଗ୍ରାମ ଠାରେ ଆଜି ସରପଞ୍ଚ କ୍ଷୀରସାଗର ସାହୁ‌ଙ୍କ ଉପ‌ସ୍ଥିତିରେ ଜଳ ଯୋଗାଣ ପ୍ରକଳ୍ପ ବସୁଧାର ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ୱାର୍ଡମେମ୍ବରଙ୍କ ସମେତ ଗ୍ରାମବାସୀ ତଥା ଉଦ୍ରବ୍ୟକ୍ତି ଉପସ୍ଥିତ ଥିଲେ । ଉକ୍ତ ବସୁଧା ଯୋଜନାରେ ଲେରଗାଁ ଗ୍ରାମକୁ ଯଥା ଶୀଘ୍ର ପ୍ରକଳ୍ପ କାମ ଆରମ୍ଭ ହୋଇ ଲୋକଙ୍କ ପାଖକୁ ଜଳ ଯୋଗାଇ ଦିଆଯିବ ବୋଲି ସରପଞ୍ଚ ଶ୍ରୀ ସାହୁ ପ୍ରକାଶ କରିଛନ୍ତି । ଗ୍ରାମରେ ପାନୀୟ ଜଳ ସମସ୍ୟା ଦୂର ହେବ ବୋଲି ଗ୍ରାମବାସୀମାନେ ଖୁସି ପ୍ରକଟ କରିଛନ୍ତି ।

Leave A Reply

Your email address will not be published.