centurian jitm

ଜାଗର ଯାତ୍ରା ଧୁମ୍‌ଧାମ୍‌ରେ ପାଳନ

nschool

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ମହାଶିବରାତ୍ରି ଉପଲକ୍ଷେ ପ୍ରତ୍ୟେକ ଶୈବପୀଠରେ ଜାଗର ଯାତ୍ରା ପାଳନ ହେଉଥିବା ଦେଖିବାକୁ ମିଳିଛି । କଲ୍ୟାଣସିଂହପୁର ବ୍ଲକର ନାରାୟଣପୁର ରାମଲିଙ୍ଗେଶ୍ୱର ସୁଲିପର, ସୁନାଖଣ୍ଡି, ପୂଜାରିଗୁଡା, ଜିଲୁଣ୍ଡା ଓ କଲ୍ୟାଣସିଂହପୁରର ପ୍ରସିଦ୍ଧ ଦେବଗିରି ଧାମ ପଞ୍ଚମୁଖେଶ୍ଵରରେ ଆଜି ଠାରୁ ୭ଦିନ ପର୍ଯ୍ୟନ୍ତ ମହାଶିବରାତ୍ରି ଯାତ୍ରା ପାଳନ କରାଯିବ । ଏହି ଶୈବପୀଠ ମାନଙ୍କରେ ଭକ୍ତ ଶ୍ରଦ୍ଧାଳୁମାନେ ବିଭିନ୍ନ ଅସୁବିଧା ବେଳେ ମାନସିକ କରିଥାନ୍ତି । ମୁଖ୍ୟତଃ ଦେବଗିରିରେ ମାନସିକ କରିଲେ ମନସ୍କାମନା ପୂରଣ ହୁଏ ବୋଲି ଭକ୍ତମାନେ କହିଛନ୍ତି । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଭକ୍ତମାନେ ଦର୍ଶନ କରିବାକୁ ଆସିଥିବା ଦେଖିବାକୁ ମିଳିଛି । ମାନସିକ କରିଥିବା ଭକ୍ତମାନେ ଛୋଟପିଲା ଠାରୁ ବଡଲୋକମାନେ ମଧ୍ୟ ଦେବଗିରି ପାହାଡ଼ ଉପରେ ଲଣ୍ଡା ହେଉଥିବା ନଜରକୁ ଆସିଛି ।

Leave A Reply

Your email address will not be published.