ଗଚ୍ଛିତ ଥିବା ଗଞ୍ଜେଇ ଜବତ : ଘର ମାଲିକ ଫେରାର୍‌

ଲମତାପୁଟ : ବାର୍ଲିପଡ଼ା ଗ୍ରାମରେ ଗଚ୍ଛିତ ଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ମାଛକୁଣ୍ଡ ପୋଲିସ । ସୂଚନା ଅନୁସାରେ କୋରାପୁଟ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସ୍‌ଡିପିଓଙ୍କ ନେତୃତ୍ୱରେ ମାଛକୁଣ୍ଡ, ଯଲାପୁଟ ଏବଂ ଲମତାପୁଟ ପୋଲିସ ମିଳିତ ଭାବରେ ସ୍ୱତନ୍ତ୍ର ଟିମ୍ ଗଠନ କରି ବାର୍ଲିପଡ଼ା ଗ୍ରାମର କେଶବ କ୍ରିସାନିଙ୍କ ଘରେ ଗଚ୍ଛିତ ରଖାଯାଇଥିବା ଗଞ୍ଜେଇକୁ ଚଢ଼ାଉ କରିଥିଲେ । ପୋଲିସ ଆସିବା ଦେଖି କେଶବ ଫେରାର୍‌ ହୋଇଯାଇଥିବା ବେଳେ ଘରକୁ ଯାଞ୍ଚ କରିବାରୁ ୯ଟି ବସ୍ତାରେ ୨ କ୍ୱିଣ୍ଟାଲ ଗଞ୍ଜେଇ ବାହାର କରିଥିଲେ । ଏହି ଗଞ୍ଜେଇର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଫେରାର୍‌ ଥିବା ଘର ମାଲିକ ନାମରେ ଏନଡିପିଏସ କେସରେ ମାମଲା ରୁଜୁ କରି ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ମାଛକୁଣ୍ଡ ପୋଲିସ ।

Leave A Reply

Your email address will not be published.