ଭୁବନେଶ୍ୱର : ହାଇଦ୍ରାବାଦର ଡି.ଆର.ଆଇ ଅଧିକାରୀ ଗତ ତିନି ଦିନ ତଳେ ସିକଣ୍ଡରାବାଦ ରେଳ ଷ୍ଟେସନରେ ଫାଲକନୁମା ଏକ୍ସପ୍ରେସ ଦ୍ୱାରା କୋଲାକାତା ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଉକ୍ତ ବ୍ୟକ୍ତିଙ୍କଠାରୁ ୨ କେଜିରୁ ଉର୍ଦ୍ଧ୍ୱ ସୁନା ଜବତ ହୋଇଥିବା ବେଳେ ତାହା ୨୪ କ୍ୟାରେଡ୍ ବୋଲି ଜଣାପଡ଼ିଛି । ଯାହାର ଦାମ୍ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା । ଗିରଫ ହୋଇଥିବା ଏହି ବ୍ୟକ୍ତି ଜଣକ ଚୋରା ସୁନାକୁ କୋଲକାତାରୁ କିଣିଥିବା କହିଥିଲେ । ତାଙ୍କୁ ଗିରଫ କରାଯାଇ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି । ଘଟଣା ସମ୍ପର୍କରେ ଅଧିକ ସୂଚନା ପାଇଁ ମାମଲାର ଯାଞ୍ଚ କରୁଛି ପୋଲିସ ।
Prev Post
Next Post