ppurohit

ଓଲିଉଡ୍‌ କଣ୍ଠଶିଳ୍ପୀ ହ୍ୟୁମାନ୍‌ ସାଗରଙ୍କ ପିତୃ ବିୟୋଗ : ୬୧ ବର୍ଷ ବୟସରେ ରବିଚନ୍ଦ୍ର ସାଗରଙ୍କ ପରଲୋକ

2nd

ସଇଁନ୍ତଲା, (ଅଜିତ କୁମାର ସାହୁ) : ଓଲିଉଡ୍‌ର ବର୍ତ୍ତମାନ ସମୟର ଆଗଧାଡ଼ିର ଗାୟକ ହ୍ୟୁମାନ୍‌ ସାଗରଙ୍କ ପିତାଙ୍କ ଦେହାନ୍ତ ହୋଇଯାଇଛି । ହ୍ୟୁମାନ୍‌ଙ୍କ ବାପା ରବିଚନ୍ଦ୍ର ସାଗର ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଡେଙ୍ଗ ଗ୍ରାମରେ ତାଙ୍କର ଘର ରହି ଥିବା ବେଳେ ସେ ଦୀର୍ଘ ବର୍ଷ ହେଲାଣି ଟିଟିଲାଗଡରେ ରହି ଆସୁଥିଲେ । ସେ ଜଣେ ମଧ୍ୟ ଆଗ ଧାଡିର ସଙ୍ଗୀତ ନିର୍ଦ୍ଦେଶକ ଭାବରେ ଅଞ୍ଚଳରେ ବେଶ ପରିଚିତ ଥିଲେ । ତେବେ ତାଙ୍କ ୬୧ ବର୍ଷ ବୟସରେ ପରଲୋକ ହୋଇଯାଇଥିବା ବେଳେ ଅଞ୍ଚଳରେ ଶୋର ଛାୟା ଖେଳିଯାଇଛି । ସେ ୧୫ ଦିନ ହେବ ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ । ଗତକାଲି ତାଙ୍କ ଅବସ୍ଥା ଅଧିକ ଗୁରୁତର ହୋଇପଡ଼ିଥିଲା । ଶେଷରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଥିବା ଜଣାପଡ଼ିଛି । ରବିିଚନ୍ଦ୍ର ଜଣେ ଆଦର୍ଶ ଶିକ୍ଷକ ଭାବେ ପିଲାଙ୍କ ନିକଟରେ ବେଶ୍‌ ପରିଚିତ ଥିଲେ । ଏହା ବ୍ୟତୀତ ସେ ସମାଜସେବା କ୍ଷେତ୍ରରେ ମଧ୍ୟ ବେଶ୍‌ ସକ୍ରିୟ ଥିଲେ । ତାଙ୍କ ପରଲୋକରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର, ସଙ୍ଗୀତ ନିର୍ଦ୍ଦେଶକ ଜନକ ସେଠ, ରୁକୁ ସୁନା, ଉମାକାନ୍ତ ବାରିକ, ଶାନ୍ତନୁ ସାହୁ, ସଙ୍ଗୀତ ନିର୍ଦ୍ଦେଶକ ଶୈଲେସ ସାମଲ, ସଙ୍ଗୀତ ନିର୍ଦ୍ଦେଶକ ପଙ୍କଜ ଜାଲ, ନିର୍ଦ୍ଦେଶକ ଯୁଗଲ ସାହୁ, ଅଜିତ ସାହୁ, ମଣ୍ଟୁ କୁମ୍ଭାର, ରାଜୀବ ସୁନା, ଶୀତଳ ସାହୁ, ସର୍ବେଶ୍ୱର ଭୋଇ, ରାମ ନାରାୟଣ ବାଗ, ବିଶ୍ୱ ବନ୍ଦିତା ପୁରୋହିତ ଆହୁରି ଅନେକ କଳାକାରମାନେ ଗଭୀର ଶୋକପ୍ରକାଶ କରିଛନ୍ତି ।

Leave A Reply

Your email address will not be published.